ଗରିବଙ୍କୁ ମିଳୁ ଆଇନ ସେବା : ସୂର୍ଯ୍ୟବଂଶୀ

ପୁରୀ : ମଧୁବାବୁ ଥିଲେ ଦେଶର ନାମକରା ଆଇନଜୀବୀ । ଲୋକେ ତାଙ୍କୁ କହୁଥିଲେ ମଧୁ ବାରିଷ୍ଟର । ସେ ଥିଲେ ସଂଗ୍ରାମୀ, ସମାଜ ସଂସ୍କାରକ, ଶିଳ୍ପପତି, ଜାତୀୟତା ଆନେ୍ଦାଳନର କର୍ଣ୍ଣଧାର । ମାଆ, ମାଟି, ମାତୃଭାଷା ପାଇଁ ଜୀବନ ଉସôର୍ଗ କରିଥିବା ଜଣେ ସ୍ୱାଭିମାନୀ ପୁରୁଷ ମହାପ୍ରଭୁଙ୍କ ସୁରକ୍ଷା ପାଇଁ ତାଙ୍କର ଉସôର୍ଗିକୃତ ଉଦ୍ୟମ ସ୍ମରଣୀୟ । ୧୯୪୮ ମସିହାରେ ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠା ହୋଇଥିଲା । ହାଇକୋର୍ଟ ପ୍ରତିଷ୍ଠା କ୍ଷେତ୍ରରେ ଉକôଳ ଗୌରବ ମଧୁସୂଦନ ଅବଦାନ ଅବିସ୍ମରଣୀୟ ବୋଲି ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରକାଶ କରିଛନ୍ତି । ପୁରୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଅନୁଷ୍ଠିତ ମଧୁଜୟନ୍ତୀ ୨୦୨୫ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶର କହିଥିଲେ ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନରେ ମଧୁବାବୁଙ୍କର ଅତୁଳନୀୟ ଅବଦାନ ରହିଛି । ଆଇନଜୀବୀମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅସହାୟ ଗରିବ ଲୋକଙ୍କୁ ଆଇନ ସେବା ଯୋଗାଇ ଦେବା ପାଇଁ ମନ୍ତ୍ରୀ ଆହ୍ୱାନ ଜଣାଇଥିଲେ । ଉକôଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜୟନ୍ତୀ ପାଳନ ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ପୁରୀ ସାଂସଦ ଡ଼କ୍ଟର ସମ୍ବିତ ପାତ୍ର କହିଥିଲେ ମଧୁବାବୁଙ୍କ ଦ୍ୱାରା ବହୁ ଅସହାୟ ଓ ଗରିବ ଲୋକ ନ୍ୟାୟିକ ସୁବିଧା ପାଇଥିଲେ । ମଧୁବାବୁ ଆମ ରାଜ୍ୟର ପ୍ରଥମ ଗ୍ରାଜୁଏଟ, ପ୍ରଥମ ପୋଷ୍ଟ ଗ୍ରାଜୁଏଟ, ପ୍ରଥମ ବାରିଷ୍ଟର, ପ୍ରଥମ ବିଧାନ ପରିଷଦର ସଦସ୍ୟ । ମଧୁବାବୁ ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନ ସହିତ ଓଡ଼ିଶାର ନିଜସ୍ୱ ହାଇକୋର୍ଟ ଗଠନ ପାଇଁ ସ୍ୱପ୍ନ ଦେଖିଥିଲେ । ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ସଭାପତି ବିଭୂପ୍ରସାଦ ତ୍ରିପାଠୀ, ବରିଷ୍ଠ ଓକିଲ ପ୍ରଶାନ୍ତ କୁମାର ମିଶ୍ର, ଆଦିତ୍ୟ ହୃଦୟ ମିଶ୍ର ଏହି ଅବସରରେ ପ୍ରକାଶ କରିଥିଲେ ଯେ ଏକବିଂଶ ଶତାଦ୍ଦିରେ ଆଇନ ପେଷାରେ ନିରନ୍ତର ରୂପାନ୍ତରଣ ହେଉଛି । ମାତ୍ର ମଧୁବାବୁଙ୍କ ଆଦର୍ଶ, ତାଙ୍କ ବିଚାରର ମୌଳିକତା ମଳିନ ପଡ଼ିନାହିଁ । ଆଇନ ପେଷାର ମୁରବୀତ୍ୱ ଧିରେ ଧିରେ ହଜିବାରେ ଲାଗିଛି । ଓକିଲ ପେଷାର ମର୍ଯ୍ୟାଦା ସ୍ୱାଭିମାନ ସଂପର୍କରେ ନୂତନ ପୀଢିର ଓକିଲମାନେ ଅବଗତ ନଥିବା ବେଳେ ସେମାନେ ମଧୁବାବୁଙ୍କ ଜୀବନାଦର୍ଶକୁ ଅନୁଶୀଳନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।