୫ସ୍ତ୍ରୀଙ୍କ ସ୍ୱାମୀ ସତ୍ୟଜିତଙ୍କୁ ଜେରା କରିବ ପୋଲିସ

ରିମାଣ୍ଡରେ ଯିବ ରଙ୍ଗିଲା ମଜନୁ, ୫ସ୍ତ୍ରୀଙ୍କ ସ୍ୱାମୀ ସତ୍ୟଜିତ ସାମଲକୁ ଅଧିକ ପଚରାଉଚରା କରିବ କମିସନରେଟ୍ ପୁଲିସ। ଠକ ପ୍ରେମିକର କେଳେଙ୍କାରୀର ଖୋଲିବ ଗୁମର।

କେଳେଙ୍କାରୀ ଧରାପଡିବା ପରେ ଏହି ରଙ୍ଗିଲା ମଜନୁଙ୍କୁ ବାନ୍ଧିଥିଲା କମିସନରେଟ୍ ପୁଲିସ। ସତ୍ୟଜିତ୍ ସାମଲର ୫ଜଣ ସ୍ତ୍ରୀ ରହିଥିବା ବେଳେ ଆହୁରି ୪୯ଜଣ ମହିଳା ଲାଇନରେ ଥିଲେ। ଠକ ସତ୍ୟଜିତ ନାଁରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ୨ଟି ମାମଲା ରୁଜୁ ହୋଇଛି। ସତ୍ୟଜିତକୁ ଧରିବା ପାଇଁ ଜାଲ ବିଛାଇଥିଲା ପୁଲିସ। ଜଣେ ମହିଳା ପୁଲିସଙ୍କ ସହ ଚାଟିଙ୍ଗ କରି ଅଭିଯୁକ୍ତକୁ ଦୁବାଇରୁ ଭୁବନେଶ୍ୱର ଡକାଯାଇଥିଲା। ଡେଟରେ ଦୁବାଇରୁ ଭୁବନେଶ୍ୱର ଆସିବା ପରେ ଅଭିଯୁକ୍ତକୁ ବାନ୍ଧିଛି ପୁଲିସ।

୩୪ ବର୍ଷୀୟ ଏହି ଯୁବକ ଚନ୍ଦ୍ରଶେଖପୁରରେ ରୁହେ ଓ ଅଭିଯୁକ୍ତ ଠାରୁ ୨ଲକ୍ଷ ୧୦ହଜାର ଟଙ୍କା ସହ କାର, ବନ୍ଧୁକ, ଗୁଳି ଓ ବୁଲେଟ ସିଜ ହୋଇଛି, ୩ ବ୍ୟାଙ୍କ ଆକାଉଣ୍ଟ ସହ ଏଗ୍ରିମେଣ୍ଟ ପେପର ସିଜ ହୋଇଛି। ମହିଳାଙ୍କ ଶହ ସମ୍ପର୍କ ରଖି ଜଣେ ମହିଳାଙ୍କ ଠାରୁ ୩୬ ଲକ୍ଷ ଏବଂ ବେଲାଏନ କାର ନେଇଥିବା ବେଳେ, ଅନ୍ୟଜଣେ ମହିଳାଙ୍କ ଠାରୁ  ୮ ଲକ୍ଷ ସହ ବୁଲେଟ ଗାଡ଼ି ନେଇଛନ୍ତି ଓ ବିଧବା ମହିଳା, ବିହାବ ବିଚ୍ଛେଦ ହୋଇଥିବା ମହିଳା ଓ ଯୁବତୀଙ୍କୁ ଟାର୍ଗେଟ କରୁଥିଲା ଏହି ଠକ। ପ୍ରଥମେ କଥାବାର୍ତ୍ତା ହେବା ପରେ ବିଭିନ୍ନ ଉପାୟରେ ତାଙ୍କ ଠାରୁ ମୋଟା ଅଙ୍କର ଟଙ୍କା ମାଗୁଥିଲା ମହିଳାଙ୍କୁ ବାହା ହେବା ସହ ତାଙ୍କ ନାଁରେ ଲୋନ କରୁଥିଲା। ଏବଂ ସେହି ଋଣ ଟଙ୍କାରେ ମଉଜ କରୁଥିଲା ଠକ ସତ୍ୟଜୀତ ସାମଲ। ମହିଳାଙ୍କ ନାଁରେ ଲୋନ କରି କାର କିଣି ସେହି କାରକୁ ଭଡ଼ାରେ ଲଗାଇ ଟଙ୍କା କମାଉଥିଲା।  ଆଉ ସବୁ ଟଙ୍କା ଆତ୍ମସାତ କରି ବିଦେଶ ପଳାଉଥିଲା ଏହି ଠକ।