ଭଲିବଲ ଟୁର୍ଣ୍ଣାମେଣ୍ଟ : ବାରଖମା ଚାମ୍ପିଅନ

 ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଷ୍ଟାର କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ମହୋନକଲୋନି ଓ ଉପଖଣ୍ଡ ଚିକିସôାଳୟ ନିକଟ ପଡିଆଠାରେ ଚାଲିଥିବା  ଜିଲ୍ଲାସ୍ତରୀୟ ଦିବାରାତ୍ର ଜୟବଜରଙ୍ଗବାଲି ଭଲିବଲ ଟୁର୍ଣ୍ଣାମେଣ୍ଟ  ଉଦଯାପିତ ହୋଇଯାଇଛି । ଏଥିରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ପ୍ରମୁଖ ଦଳ ଗୁଡିକ ହେଲା ଦାରିଙ୍ଗବାଡି, ଅଡବା, ଚାନ୍ଦିପୁର, ପାଣି ଗଣ୍ଡା, ବାରଖମା, ସୋରଡା ଋଷିକୁଲ୍ୟା, ଗଞ୍ଜାମର ପାୱାର ସିକ୍ସ, ରେଣ୍ଡମସିକ୍ସ ମଧ୍ୟରେ ଜୋରଦାର ମୁକାବିଲା ହୋଇଥିଲା । ପାୱାର ସିକ୍ସକୁ ହରାଇ ଦାରିଙ୍ଗବାଡି ସେମିଫାଇନାଲରେ ଓ ଗଜପତି ଚାନ୍ଦିପୁଟକୁ ହରାଇ ବାରଖମା ସେମିଫାଇନାଲକୁ ଯାଇଥିଲା । ଶେଷରେ ଫାଇନାଲ ମ୍ୟାଚ ବାରଖମା ଓ ଦାରିଙ୍ଗବାଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା  । ଦୁଇ ଦଳ ମଧ୍ୟରେ ୫ଟି ଖେଳ ସଂଘର୍ଷପୂର୍ଣ୍ଣ ଲଢାଇ ପରେ ୩-୨ ସେଟରେ ଦାରିଙ୍ଗବାଡିକୁ ପରାସ୍ତ କରି ବାରଖମା ଚାମ୍ପିଅନ ଓ ଦାରିଙ୍ଗବାଡି ରନର୍ସ ଆଖ୍ୟା ଅର୍ଜନ କରିଥିଲେ । ଚାମ୍ପିଅନ ଦଳକୁ ୨୨ ହଜାର ୫୦୦ଟଙ୍କା ସହ ଟ୍ରଫି ରନର୍ସଅପ୍ ଦଳକୁ ୧୭ ହଜାର୫୦୦ ଟଙ୍କା ଅର୍ଥରାଶି ସହ ଟ୍ରଫି  ପୁରସ୍କାର ଆକାରରେ ପ୍ରଦାନ କରାଯାଇଥିଲା । ଉଦ୍ୟାପନୀ ଉସôବରେ ମୁଖ୍ୟଅତିଥି ଭାବେ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ ଓ ସମ୍ମାନିତ ଅତିଥି ଭାବେ ସମ୍ବିତ ସାମଲ  ଯୋଗ ଦେଇ ଚାମ୍ପିଅନ ଓ ରନର୍ସ ଦଳକୁ ଟ୍ରଫି ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ଭଲିବଲ ଟୁର୍ଣ୍ଣାମେଣ୍ଟରେ ରେଫରୀ ଭାବେ ରାମକୃଷ୍ଣ ଭଞ୍ଜ,େ ରଫରୀଙ୍କ ସହକାରୀ ସୀମାପାଳ ଭାବେ ମିଥୁନ ସିଅ, ସ୍ରୀନୁ ବିଶ୍ୱାସରାୟ, ସନ୍ତୋଷ ବେହେରା, ପ୍ରଶାନ୍ତ କୁମାର ଡାକୁଆଙ୍କ ସହ ମୁଖ୍ୟ ପରିଚାଳକ ସୁବାସ ଚନ୍ଦ୍ର ଅଧିକାରୀ ଓ ଏଙ୍କର ଭାବେ ବଳରାମ ପୋଲାଇ ଦାୟିତ୍ୱ ତୁଲାଇଥିଲେ । ଷ୍ଟାର କ୍ଲବ ଭଲିବଲ ଆସୋସିଏସନର ସଭାପତି  ବସନ୍ତ କୁମାର ଉପାଧ୍ୟାୟ, ସମ୍ପାଦକ ସୁଶାନ୍ତ କୁମାର ସାବତ, ଟିକିରି ଗୈାଡ, ଶାନ୍ତନୁ ପୃଷ୍ଟି, କାଳୁସେଠୀ, ଅଜିତ ନାୟକ, ସୁଧିର ପାଢି, ବୁଲୁଡୁ ପାତ୍ରଙ୍କ ସମେତ କ୍ଲବର ସମସ୍ତ କର୍ମକର୍ତ୍ତା ଓ ସଭ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।