ବିଦ୍ୟୁତ ଆଘାତରେ ନାବାଳକଙ୍କ ମୃତ୍ୟୁ
ବିଦ୍ୟୁତ ଆଘାତରେ ନାବାଳକଙ୍କ ମୃତ୍ୟୁ । ବାଲେଶ୍ୱର ଜିଲ୍ଲା ଜିରିତାଳ ଗାଁର ପ୍ରଭାକର ମହାରଣାଙ୍କ ପୁଅ ଆୟୁଷ ମହାରଣାଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଆୟୁଷ ଆଜି ସକାଳୁ ଘରେ ପାଣି ଦେଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ।
ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ତେବେ ଆୟୁଷ ଅଷ୍ଟମ ଶ୍ରେଣୀର ଛାତ୍ର । ନାବାଳକର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣା ବାବଦରେ ଖନ୍ତାପଡ଼ା ପୁଲିସ ଖବର ପାଇ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।