ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ ମାମଲା : ୨୦୨୩ର ପଦ୍ମଶ୍ରୀ ବିଜେତା ଅନ୍ତର୍ଯ୍ୟାମୀ ମିଶ୍ର ହାଜର ହେଲେ
ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ ମାମଲା । ଆଜି ମାମଲାର ଶୁଣାଣି ହେବାକୁ ଥିବା ବେଳେ ହାଜର ହେଲେ ନାହିଁ ପ୍ରତିପକ୍ଷ ତଥା ୨୦୨୩ରେ ସାହିତ୍ୟ କ୍ଷେତ୍ରରେ ପୁରସ୍କାର ପାଇଥିବା ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ର । ସ୍ଵାସ୍ଥ୍ୟଗତ ସମସ୍ୟା ଦର୍ଶାଇ କୋର୍ଟରେ ହାଜର ହୋଇ ତଥ୍ୟ ରଖିବାକୁ ୪ ସପ୍ତାହ ସମୟ ମାଗିଛନ୍ତି । ମାମଲାର ପରବର୍ତ୍ତି ଶୁଣାଣି ମାର୍ଚ୍ଚ ୧୮ ତାରିଖକୁ ଧାର୍ଯ୍ୟ କରାଯାଇଛି ।
ତେବେ ଶୁଣାଣି ପୂର୍ବରୁ ପ୍ରତିପକ୍ଷ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ନିଜସ୍ୱ କୃତୀ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସମାନ ନାଁ ଯୋଗୁଁ ଜଣେ ବ୍ୟକ୍ତିଙ୍କ ବଦଳରେ ଆଉ ଜଣେ ବ୍ୟକ୍ତିଙ୍କୁ ୨୦୨୩ରେ ପଦ୍ମଶ୍ରୀ ପୁରସ୍କାର ମିଳିଥିବା ବିବାଦ ହାଇକୋର୍ଟରେ ପହଞ୍ଚିଛି । ଆବେଦନକାରୀ ଭୁବନେଶ୍ଵରର ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର ଆଜି ନିଜ ସ୍ବରଚିତ ୨୯ ଟି ପୁସ୍ତକ କୋର୍ଟରେ ଦର୍ଶାଇଥିଲେ । ଜଷ୍ଟିସ ସଂଜୀବ ପାଣିଗ୍ରାହୀଙ୍କ ଖଣ୍ଡପୀଠରେ ଏହି ମାମଲାର ବିଚାର ହୋଇଥିଲା । ୨୦୨୩ରେ ସାହିତ୍ୟା ଓ ଶିକ୍ଷା କ୍ଷେତ୍ରରେ ଓଡ଼ିଶାରୁ ଅନ୍ତର୍ଯ୍ୟାମୀ ମିଶ୍ର ପାଇଥିବା ପଦ୍ମଶ୍ରୀ ପୁରସ୍କାରକୁ ନେଇ ବିବାଦ ସୃଷ୍ଟି ହୋଇଛି ।