ଟଙ୍କଧର ତ୍ରିପାଠୀଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ : ହାଇକୋର୍ଟ ନୋଟିସ୍
ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି । ସେପ୍ଟେମ୍ବର ୨୩ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିିଆଯାଇଛି । ।
ନିର୍ବାଚନ ପୂର୍ବରୁ ସତ୍ୟପାଠରେ ଅପରାଧିକ ମାମଲା ଲୁଚାଇଥିବା ଅଭିଯୋଗ ହୋଇଥିଲା । ବିଜେଡି ବିଧାୟିକା ପ୍ରାର୍ଥୀ ଦୀପାଳି ଦାସ ଏହି ଅଭିଯୋଗ ଆଣିଥିଲେ । ନିର୍ବାଚନରେ ହାରିବା ପରେ ଦୀପାଳି ଏହି ଅଭିଯୋଗ ଆଣିଥିଲେ ।
ଖୁବ କମ୍ ବ୍ୟବଧାନ ଭୋଟରେ ଟଙ୍କଧର ଦୀପାଳୀଙ୍କଠାରୁ ଜିତିବା ପରେ ଇଭିଏମ୍ ଟ୍ୟାମ୍ପରିଙ୍ଗ ନେଇ ଅଭିଯୋଗ ଆଣିବା ସହ ପୁଣି ଭୋଟ କାଉଣ୍ଟିଙ୍ଗ କରିବାକୁ ଇଲେକ୍ସନ୍ କମିଶନଙ୍କୁ ଦୀପାଳି ନିବେଦନ କରିଥିଲେ। ଏହାପରେ ଟଙ୍କଧର ନିଜ ସତ୍ୟପାଠରେ ନିଜ କ୍ରାଇମ୍ ରେକର୍ଡ ନେଇ କିଛି ଉଲ୍ଲେଖ କରିନଥିଲେ ବୋଲି ଦୀପାଳି ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।