ଅବ୍ୟବସ୍ଥା ଘେରରେ ନୀଳଗିରି ହସ୍ପିଟାଲ


ାା ପ୍ରଭାନୁ୍ୟଜ୍ ।ା ନୀଳଗିରି: ନୀଳଗିରି ଉପଖଣ୍ଡ ଚିକିସôାଳୟର ରହିଛି ଅନେକ ଅବ୍ୟବସ୍ଥା କିନ୍ତୁ ସମସ୍ୟା ର ସମାଧାନ ନ କରିବା ପାଇଁ ବୋଧେହୁଏ ହସ୍ପିଟାଲ କର୍ତ୍ତୃପକ୍ଷ ଶପଥ ନେଇଛନ୍ତି । ଫଳରେ ପ୍ରଶାସନର ନିଦ ଭାଙ୍ଗୁନି ।  ସଂକ୍ରାମକ ବିଭାଗର ଚାରିପଟେ ଘାସ ଓ ଅପରିଷ୍କାର ,ଡେଙ୍ଗୁ ପରି ରୋଗକୁ ମଧ୍ୟ ଆମନ୍ତ୍ରଣ କରୁଛି । ଗୋଟିଏ ରୋଗ ସହ ଆଉ ଗୋଟାଏ ରୋଗ ସମ୍ପୂର୍ଣ୍ଣ ମାଗଣା । ଝାଡ଼ାବାନ୍ତି ରୋଗୀ ସଂକ୍ରାମକ ବିଭାଗରେ ଏଡମିଶନ ହେଇଛନ୍ତି  ।କିନ୍ତୁ ମଶାଙ୍କ ଉତ୍ପାତ ତଥା ସେହି ବିଭାଗରେ ଶୈଚÿାଳୟ ଅପରିଷ୍କାର ରହିବା ଚିନ୍ତାର ବିଷୟ ପାଲଟିଛି । ଏନେଇ ପୁନ୍ଦାଳରୁ ଆସିଥିବା ରବିରଞ୍ଜନ ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି ୩୦ ସେକେଣ୍ଡ ମଧ୍ୟ ଶୈଚÿାଳୟ ମଧ୍ୟରେ ରହିହଉନି, ଏତେ ଅପରିଷ୍କାର ଏହା ଉପଖଣ୍ଡ ଚିକିସôାଳୟ ନା ଅନ୍ୟ ଏକ ଜାଗା ଜାଣିହେଉନି । ସେହିପରି ଆରମଳାରୁ ଆସିଥିବା କୃଷ୍ଣ ମଲ୍ଲିକ କୁହନ୍ତି ଡେଙ୍ଗୁ ସଚେତନତାର ପୋଷ୍ଟର ହସ୍ପିଟାଲ ମଧ୍ୟରେ ମରାଯାଇଛି କିନ୍ତୁ ସେଇ ପୋଷ୍ଟର ପାଖରେ ସଂକ୍ରାମକ ବିଭାଗ ରେ ଘାସବଣରେ ଭର୍ତ୍ତି  । ସେହିପରି ବିଭାଗକୁ ଆସୁଥିବା ନର୍ସଙ୍କ ବ୍ୟବହାର ମଧ୍ୟ ଠିକ୍ ନୁହଁ, ରୋଗୀଙ୍କୁ  ଦୁ୍ୟବ୍ୟବହାର ମଧ୍ୟ କରୁଥିବାର ନଜର ଆସିଛି । ସେଲାଇନ ସରିବା ପରେ ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ନର୍ସଙ୍କ ପାଖକୁ ୌଡୁଛନ୍ତି । ସେଲାଇନ ଖୋଲିବା ପାଇଁ କିନ୍ତୁ ନର୍ସଙ୍କ ବ୍ୟବହାରରେ ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟ ଅତିଷ୍ଟ ହେଇପଡୁଛନ୍ତି । ଆମେ ଏବେ ଯାଇପାରିବାନି ଆମେ ଗୁହାଳ ଘରୁ ବୁଲି ଆସେ  ।ପରେ ସେଲାଇନ ଖୋଲିବା ପାଇଁ ଯିବା ବୋଲି କହୁଛନ୍ତି । ଦେଖାଯାଉ ସମସ୍ୟାର କେବେ ସମାଧାନ ହେବ ନା ବିଭାଗୀୟ କର୍ତ୍ତୃପକ୍ଷ ନିଦରେ ଶୋଇବେ ଦେଖିବାକୁ ବାକିରହିଲା ବୋଲି ରୋଗୀଙ୍କ ସଂପର୍କୀୟ କହିଛନ୍ତି ।