ଭେଣ୍ଡିଂଜୋନ ଯୋଗାଇଦେବା ଦାବିରେ ସିଡ଼ିଏ ଅଫିସ ଘେରାଉ
କଟକ: ଭେଣ୍ଡିଂଯୋନ ଯୋଗାଇଦେବାର ପ୍ରତିଶୃତି ପାଳନ କରିବା ଦାବିରେ ଉଠାଦୋକାନୀ ମହାସଂଘ ପକ୍ଷରୁ ସିଡ଼ିଏ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଆଜି ପୂର୍ବାହ୍ନରେ ମଧୁପାଟଣା ସ୍ଥିତ ପ୍ରେସଛକରୁ ଏକ ପଟୁଆର ବାହାରି ଲିଙ୍କରୋଡ଼ ସ୍ଥିତ ସିଡ଼ିଏ କାର୍ଯ୍ୟାଳୟରେ ପହଞ୍ଚିବା ପରେ ମହାସଂଘ ପକ୍ଷରୁ ଏକ ପ୍ରତିବାଦ ସଭା ଆଡ଼ଭୋକେଟ ଅମରେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଗତ ୨୦୨୪ ମସିହା ସେପ୍ଟେମ୍ବର ମାସରେ ପ୍ରଶାସନ ଓ ଲୋକ ପ୍ରତିନିଧିମାନେ ସ୍ଥାନୀୟ ରାଣୀହାଟ, ମଧୁପାଟଣା, ପ୍ରେସଛକ, ଲିଙ୍କରୋଡ଼, ବାଦାମବାଡ଼ି, ଓଏମପିଛକ ଓ ମର୍କତନଗର ଅଂଚଳର ୬୦୦ଉଠାଦୋକାନୀଙ୍କୁ ଭେଣ୍ଡିଂଯୋନ ପାଇଁ ଦେଇଥିବା ପ୍ରତିଶୃତି ପାଳନ ସମେତ ଅନ୍ୟାନ୍ୟ ଦାବି ପାଳନ କରିବାକୁ ବକ୍ତାମାନେ ପ୍ରତିବାଦ ସଭାରେ ଦାବି କରିଥିଲେ । ଉଠାଦୋକାନୀମାନଙ୍କ ସମସ୍ୟା ଯଦି ସମାଧାନ ନହୁଏ ଆଗାମୀ ଦିନରେ ମହାସଂଘ ପକ୍ଷରୁ ଯୋରଦାର ବିକ୍ଷୋଭ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ଆନେ୍ଦାଳନରେ ଛବି ଖୁଣ୍ଟିଆ, ନିତ୍ୟାନନ୍ଦ ନାୟକ, ଅକ୍ଷୟ ସାହୁ, ନିରଞ୍ଜନ ସାହୁ, ରନôାକର ସାହୁ, ଶିବ ବେହେରା, ବାସନ୍ତୀ ସାହୁ, ବିନୋଦ ବେହେରା, ତପନ ମିଶ୍ର, ସୁକାନ୍ତି ପଡ଼ିହାରୀ, ନୈନା ଦେହୁରୀ, ଆଡ଼ଭୋକେଟ ଡ ଜ୍ଞାନଗୁରୁ ଦାସ ପ୍ରମୁଖ ଉଦବୋଧନ ଦେଇଥିଲେ । ଶେଷରେ ଏକ ୫ ଜଣିଆ ପ୍ରତିନିଧି ମଣ୍ଡଳୀ ସିଡ଼ିଏ ଉପାଧ୍ୟକ୍ଷଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।