ଝାରସୁଗୁଡାରେ ବାଙ୍ଗଲାଦେଶୀ ଚିହ୍ନଟ କେବେ?

 ଝାରସୁଗୁଡା : ପହଲଗାମ ଆକ୍ରମଣ ପରେ ଏବେ ସାରା ଦେଶ ହାଇ ଆଲର୍ଟ  । ଅନୁପ୍ରବେଶ କାରୀଙ୍କୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ରାଜ୍ୟକୁ କଡା ନିଦେ୍ର୍ଦଶ ଦିଆଯାଇଛି । ମୁଖ୍ୟତଃ ପାକିସ୍ତାନୀ ଓ ବାଂଲାଦେଶୀଙ୍କ ଉପରେ ଅଧିକ ନଜର ରଖିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟ ସରକାର ଓଡ଼ିଶାରେ କେଉଁ ଅଞ୍ଚଳରେ କେତେ ବାଂଲାଦେଶୀ ରହୁଛନ୍ତି ସେଥିପାଇଁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଥିବା କହୁଛନ୍ତି । ମୁଖ୍ୟତଃ ତଟବର୍ତ୍ତି ଜିଲ୍ଲା ମାନଙ୍କ ଉପରେ ବେଶୀ ନଜର ରଖିଥିବା ଜଣାପଡ଼ିଛି । ଏସଟିଏଫ ତରଫରୁ ସ୍ୱତନ୍ତ୍ର ଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ନଜର ରଖାଯାଇଥିବା କୁହାଯାଉଛି । ରାଜ୍ୟର ଅଧିକାଶଂ ଜିଲ୍ଲାରେ ଅନୁସନ୍ଧାନ ଆରମ୍ଭ ହେଲାଣି କିନ୍ତୁ ଝାରସୁଗୁଡ଼ାରେ କେବେ ଆରମ୍ଭ ହେବ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ  । ଝାରସୁଗୁଡ଼ା ଜିଲ୍ଲା ଅର୍ଥନୀତି  ଏବଂ ଖଣି ଓ ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇଥିବାରୁ ଏଠାରେ ଅନ୍ୟ ରାଜ୍ୟ ତଥା ଦେଶର କୋଣ ଅନୁକୋଣରୁ ଶ୍ରମିକମାନେ କାମ କରିବା ପାଇଁ ଛୁଟି ଆସିଥାନ୍ତି  । ଦେଶର ଅନେକ ପ୍ରତିଷ୍ଠିତ କମ୍ପାନୀ ଏଇଠି । ରେଳବାଇ ଷ୍ଟେସନ ଜଙ୍କସନ ହୋଇଥିବାରୁ ସମସ୍ତ ରାଜ୍ୟକୁ ଯିବାଆସିବା ପାଇଁ ସୁବିଧା ରହିଛି ଫଳରେ ଅନୁପ୍ରବେଶ କାରୀଙ୍କ ପାଇଁ ଏହା ଏକ ଭୁସର୍ଗ କହିଲେ ଅତୁ୍ୟକ୍ତି ହେବନାହିଁ  । 
ଏମିତିକି ବାଂଲାଦେଶର ଅନେକ ଲୋକ ଏହି ଶିଳ୍ପ ଗୁଡିକରେ ବେଆଇନ ଭାବରେ ପ୍ରବେଶ କରି କାମ କରୁଥିବା ଅଭିଯୋଗ ହୋଉଛି  । ହେଲେ ପ୍ରଶାସନ ସଂପୂର୍ଣ୍ଣ ଭାବରେ ଚୁପ୍ ରହିଛି । କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି  । ଝାରସୁଗୁଡା ଟାଉନ ସମେତ ବ୍ରଜରାଜନଗର, ବେଲପାହାଡ଼, ବନ୍ଧବହାଲ, ଲଖନପୁର ବ୍ଲକ, କିରମିରା, ଲଇକେରା ଓ କୋଲାବିରା ଅଞ୍ଚଳରେ ବାଂଲାଦେଶୀ ମାନେ ଆସି ବିଭିନ୍ନ କାମରେ ଲିପ୍ତ ଅଛନ୍ତି । ବାଂଲାଦେଶୀ ମାନଙ୍କୁ ଚିହ୍ନଟ ପାଇଁ ନିଦେ୍ର୍ଦଶ ଥିବା ବେଳେ କାହିଁକି ତାହା ଝାରସୁଗୁଡ଼ା ଜିଲ୍ଲାରେ ଆରମ୍ଭ କରାଯାଉନାହିଁ ବୋଲି ପ୍ରଶ୍ନ ଉଠିଛି । ନିକଟରେ ହୋଇଥିବା ମୁରସିଦବାଦ ଦଙ୍ଗାରେ ଦଙ୍ଗା କରି ଝାରସୁଗୁଡା ଜିଲ୍ଲା ବନ୍ଧବହାଲ ଅଞ୍ଚଳରେ ଆତ୍ମଗୋପନ କରିଥିଲେ ଦଙ୍ଗାକାରୀ  । ପଶ୍ଚିମବଙ୍ଗ ପୋଲିସ ଏବଂ ଝାରସୁଗୁଡା ପୋଲିସଙ୍କ ମିଳିତ ଉଦ୍ୟମରେ ଉକ୍ତ ଦଂଗାକାରୀ ମାନଙ୍କୁ ଚିÿହ୍ନଟ କରି ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା  । ତେବେ ପ୍ରଶ୍ନ ଉଠୁଛି ଜିଲ୍ଲାରେ କାହିଁକି ଏ ପର୍ଯ୍ୟନ୍ତ ଚିÿହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇନାହିଁ  ।  ତେବେ ଏହିପରି ଘଟଣାର ପୁନରାବୃତ୍ତି ନ ହେବ ତାହା ପୂର୍ବରୁ ପୁଲିସ ଆଗୁଆ ପଦକ୍ଷେପ ନେବା ନିମନ୍ତେ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି  ।