ଭଗବତୀ ତାରିଣୀଙ୍କ ବାର୍ଷିକ ପୂଜା 

ତିହିଡି : ଭାଟପଡ଼ା ସ୍ଥିତ ମା’ ଭଗବତୀ ତାରିଣୀଙ୍କ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି  ।  ଉତ୍ସବର ପ୍ରଥମ ଦିନରେ ନାମଯଜ୍ଞ, ଦ୍ୱିତୀୟ ଦିନରେ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ଓ ପ୍ରବଚନ କାର୍ଯ୍ୟକ୍ରମ ରହିଥିବା ବେଳେ ଚତୁର୍ଥ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ପ୍ରତିଯୋଗିତା ହେବ  । ପଣା ସଂକ୍ରାନ୍ତି ଦିନ ଯଜ୍ଞ ପୂର୍ଣ୍ଣାହୁତି ହୋଇଥିବା ବେଳେ ଶେଷ ଦିନରେ ପାଟୁଆ ମେଳନ ହେବ ବୋଲି ଭାଟପଡ଼ା ମା’ ଭଗବତୀ ତାରିଣୀ କମିଟି ପକ୍ଷରୁ ସୂଚନା ମିଳିଛି  । ଯଜ୍ଞର କର୍ତ୍ତା ଭାବେ ଲକ୍ଷ୍ମୀଧର ପତି ଓ ତାଙ୍କ ପତ୍ନୀ ଅପର୍ଣ୍ଣା ପତି, ପୁରୋହିତ ପ୍ରସନ୍ନ କରଙ୍କ ସହିତ ୪ଜଣ ସହଯୋଗୀ ପୂଜାକାର୍ଯ୍ୟ ତୁଲାଉଛନ୍ତି  । ଏହି ଉତ୍ସବ ପରିଚାଳନାରେ ପୂଜା କମିଟିର ଉପଦେଷ୍ଟା ରଘୁନାଥ ପାତ୍ର, ଶୁକଦେବ ମଲ୍ଲିକ, ଲକ୍ଷ୍ମୀଧର ପତି, ତପନ ମିଶ୍ର, ସଭାପତି ଶୁଭ୍ରନାରାୟଣ ସେଠି, ସମ୍ପାଦକ ସୀତାକାନ୍ତ ନାୟକ, ମାୟାଧର ବାରିକ, ଯଯାତିକେଶରୀ ଦାସ, ପ୍ରତାପ ଜେନା, ଦେବବ୍ରତ ପାଢ଼ୀ, ସନାତନ ସାହୁ, ମାନସ ତ୍ରିପାଠୀ, ଗିରିଜା ଦାସ ଓ ତାପସ କୁଣ୍ଡ ପ୍ରମୁଖ ସହଯୋଗ କରୁଛନ୍ତି ।