ଟେନିକଏଟ୍ର ପ୍ରଶିକ୍ଷଣ ଶିବିର ଉଦ୍ୟାପିତ 

 ଭଦ୍ରକ : ଭଦ୍ରକ ଜିଲ୍ଲାର ପିଏମ୍ଶ୍ରୀ ବିନ୍ଦୁ ମାଧବ ବାଗୁରାଇ ହାଇସ୍କୁଲ୍ ପରିସରରେ ଖେଲୋ ଇଣ୍ଡିଆ ସେଣ୍ଟର ଆନୁକୂଲ୍ୟରେ କୋଚ୍ ରାଜେଶ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଟେନିକଏଟ୍ ଖେଳର ଏକ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦ୍ୟାପିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାର ସମସ୍ତ ମଣ୍ଡଳର ବିଭିନ୍ନ ସ୍କୁଲ୍ରୁ ୪୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।  ଶିବିରରେ ଅତିଥି ଭାବେ ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ, ଗୋଲକ ନାୟକ, ପ୍ରଧାନଶିକ୍ଷକ ପ୍ରଶାନ୍ତ ସାହୁ, ମନୋଜ କୁମାର ସାହୁ, କ୍ରିଡ଼ା ଶିକ୍ଷକ ତପନ ମିଶ୍ର, ଶିକ୍ଷକ ସୋମନାଥ ଜେନା, ସନ୍ତୋଷ କୁମାର ଖିଲାର, ରବି ନାରାୟଣ ମହାନ୍ତି, ଗଣେଶ ଚନ୍ଦ୍ର ଦତ୍ତ ଓ ସଂଘର ସଦସ୍ୟ ସୁବାଷ ଚନ୍ଦ୍ର ଦୀକ୍ଷିତ୍ ଓ ଚନ୍ଦନ ଦେ ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ମାନପତ୍ର ଦେବା ସହ ଟେନିକଏଟ୍ ଖେଳ କିପରି ସ୍ୱଳ୍ପ ଖର୍ଚ୍ଚରେ ଶାରୀରିକ ଦକ୍ଷତା ବଢାଇଥାଏ ଏବଂ ଏହି ଖେଳକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବା ନେଇ ପରାମର୍ଶ ଦେଇଥିଲେ ।