ପରିତ୍ୟକ୍ତ କୂଅରୁ ଗଳିତ ଶବ ଉଦ୍ଧାର

 ଯାଜପୁର ଟାଉନ : ଯାଜପୁର ରାମବାଗ ବିଟ୍ ହାଉସ ତଳିହା ଅଂଚଳର ଏକ ପରିତ୍ୟକ୍ତା କୁଅଁରୁ ଅଜଣା ଯୁବକର ଗଳିତ ମୃତ ଦେହ ଭାସୁଥିବା ଗ୍ରାମବାସୀ ଜାଣିବା ପରେ ରାମବାଗ ବିଟ୍ ହାଉସ ଅଧିକାରୀ ଲଳିତ ମୋହନ ମିଶ୍ରଙ୍କୁ ସୂଚନା ଦେଇଥିଲେ । ଏସମ୍ପର୍କରେ ମିଶ୍ର ଯାଜପୁର ଥାନାକୁ ଯୋଗାଯୋଗ କରିବା ସହ ଘଟଣା ସ୍ଥଳରେ ଏସ୍ଆଇ ମହମ୍ମଦ ସୁରଜ ପହଁଚି ଅଗ୍ନିଶମବାହିନୀ ସହାୟତାରେ ମୃତ ଦେହକୁ ଉଦ୍ଧାର କରି ଏକ ଅପମୃତୁ୍ୟ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ କରୁଛନ୍ତି । ମୃତ ଯୁବକର ପରିଚୟ ମିଳିନାହିଁ ।