ପାର୍ଲର ଯାଉଥିବାରୁ ସ୍ତ୍ରୀଙ୍କ ଚୁଟି କାଟିଦେଲେ ସ୍ବାମୀ

ପାର୍ଲର ଯାଉଥିବାରୁ  ସ୍ତ୍ରୀଙ୍କ ଚୁଟି କାଟିଦେଲେ ସ୍ବାମୀ

ଯୌତୁକ ପାଇଁ ରାଗିଯାଇ ସ୍ତ୍ରୀଙ୍କ ଚୁଟି କାଟିଦେଲେ ସ୍ବାମୀ । ଏହାକୁ ନେଇ ଝିଅର ବାପାଘର ଲୋକେ ପୋଲିସର ଦ୍ବାରସ୍ଥ ହେବା ପରେ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିବା ସହ ଯୁବକଙ୍କୁ ଗିରଫ କରି ଜେରା କରିଛି । ପୀଡିତାଙ୍କ ବାପାଙ୍କ ଅଭିଯୋଗ ମୁତାବକ, ତାଙ୍କ ଝିଅକୁ ବାହା ଦେବାର ମାତ୍ର ବର୍ଷେ ହୋଇଛି । ବାହାଘରର ମାତ୍ର କେଇଦିନରେ ଫ୍ରିଜ୍ ଓ କୁଲର ପାଇଁ ଆରମ୍ଭ ହୋଇଥିଲା ନିର୍ଯାତନା । କିଛି ଦିନ ତଳେ ଏହାକୁ ନେଇ ଜ୍ବାଇଁ ରାଗିଯାଇଥିଲେ  ଏବଂ ରାଗରେ ଝିଅର ଚୁଟି କାଟିପକାଇଥିଲେ । ହେଲେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜ୍ବାଇଁ ଘର ଲୋକ । ସ୍ତ୍ରୀ ପାର୍ଲର ଯାଉଥିବାରୁ ରାଗରେ ସେ ଏଭଳି କରିଥିବା ସଫେଇ ଦେଇଛନ୍ତି ଅଭିଯୁକ୍ତ ସ୍ବାମୀ ।