କାର୍ଯ୍ୟରେ ଅବହେଳା ପାଇଁ ୨ ଯନ୍ତ୍ରୀ ବିଦା

 ଗୋପ : ପୁରୀ ଜିଲ୍ଲାର ବହୁ ଚର୍ଚ୍ଚିତ ଓ ସର୍ବଦା ଦୁର୍ନୀତିଗ୍ରସ୍ତ ବ୍ଲକ ଭାବେ ପରିଚିତ । ବ୍ଲକ୍ ଅଧିନ ଗ୍ରାମୀଣ ପାନୀୟ ଜଳ ଯୋଗାଣ ସଂସ୍ଥାର ୨ ଯନ୍ତ୍ରୀଙ୍କ ବିରୁଦ୍ଧରେ ତକ୍ରାଳୀନ ସରକାରଙ୍କ ସମୟରୁ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଶେଷରେ ତାଙ୍କୁ ବିଦା କରାଯାଇଛି । ବ୍ୟକ୍ତିଗତ ସ୍ୱାର୍ଥ ଅନିୟମିତତା ଏବଂ ଅପାରଗତା ପାଇଁ ଅନ୍ୟତ୍ର ବିଦା କରାଯାଇଛି । ଦୀର୍ଘ ବର୍ଷ ଧରି ଗୋପ ବ୍ଲକରେ ଗୋପୀବଲ୍ଲବ ପାଣିଗ୍ରାହୀ ଓ ଉର୍ବଶୀ  ଆଚାର୍ଯ୍ୟ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରି ଆସୁଥିଲେ । ବିଗତ ବର୍ଷରେ ଏକ ଚାଟିଆ ଶାସନ କରୁଥିବା ସରକାର ଅମଳରେ ସ୍ଥାନୀୟ ବିଧାୟକଙ୍କ ଛତ୍ରଛାୟା ତଳେ କାର୍ଯ୍ୟ କରୁଥିଲେ । ବ୍ଲକ୍ ଅନ୍ତର୍ଗତ ସମସ୍ତ ପଂଚାୟତରେ ପାନୀୟ ଜଳ ଟାଙ୍କୀ ସମସ୍ୟା, ପାଇପ ଲାଇନ ପାଣି ସମସ୍ୟା, ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ସମସ୍ୟା, ପାଇଖାନା ଦୁର୍ନୀତି, ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନରେ ଅନେକ ଦୁର୍ନୀତି କରୁଥିବା ନେଇ ବିଭିନ୍ନ ପଂଚାୟତରେ ଅଭିଯୋଗ ହୋଇଥିଲା । ଠିକାଦାରଙ୍କ ସହ ସଲା ସୁତୁରା କରି ଲକ୍ଷ ଲକ୍ଷ ଟଙ୍କା ହଡପ କରି ନିମ୍ନମାନର କାର୍ଯ୍ୟ ମଧ୍ୟ କରିଛନ୍ତି । ଯାହାକୁ ନେଇ ଅନେକ ସମୟରେ ଗଣ ମାଧ୍ୟମରେ ପ୍ରଚାର ପ୍ରସାର ହୋଈ ଆସୁଥିଲା । ହେଲେ ପୂର୍ବ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଦେଖିବାକୁ ମିଳିଥିଲା । ଦୁଇଜଣ ଯନ୍ତ୍ରୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁରକ୍ଷା ମଞ୍ଚ ସଭାପତି ସଚ୍ଚିଦାନନ୍ଦ ଗୋଛାୟତ । ପରବର୍ତ୍ତୀ ସମୟରେ ଶ୍ରୀମତୀ ପରିଡା ଏକ ଖୋଲା ମଂଚରେ ତାଙ୍କୁ ସିଧା ସଳଖ ଚେତାବନୀ ଦେଇ କହିଥିଲେ । ଗୋପ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରି ପାରିବ ନାହିଁ ଯଦି ଛାଡି ପଳାଇ ଯାଅ । ସେହି ମାଡରେ ଦୁଇ ଅପାରଗ ଯନ୍ତ୍ରୀଙ୍କୁ ଏଠାରୁ ବିଦା କରାଯାଇଛି । ଦୀର୍ଘ ବର୍ଷ ହେବ ଅନେକ ସମୟରେ ମଧ୍ୟ କାର୍ଯ୍ୟଳୟରେ ଅନୁପସ୍ଥିତ ରହି ଆସୁଥିଲେ । ଗୋପ ବ୍ଲକ୍ ଓ କୋଣାର୍କ ଅଫିସରେ ଖଲାସୀ, ପିଅନଙ୍କ ଦ୍ୱାରା ଅଫିସ ଚାଲିଛି । ଗୋପ ବାସୀଙ୍କ ଆବଶ୍ୟକତା ପୂରଣ କରି ପାରୁ ନ ଥିବାରୁ ଉଭୟ ଯନ୍ତ୍ରୀଙ୍କୁ ବିଦା କରାଯାଇଛି । ଉର୍ବଶୀ  ଆଚାର୍ଯ୍ୟଙ୍କୁ ପିପିଲିକୁ ବଦଳି କରାଯାଇଥିବା ବେଳେ, ପାଣିଗ୍ରାହୀ ବାବୁଙ୍କୁ ଜିଲ୍ଲା ପାର କରାଯାଇଥିବା ସୂଚନା ମିଳିଛି । ଅବଶିଷ୍ଟ ଅପାରଗତା ଅଧିକାରୀ ଓ ଅଧିକାରିଣୀଙ୍କୁ କେବେ ବିଦା କରାଯାଉଛି ତାହା ସମୟ କହିବ?