ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ଖୋର୍ଦ୍ଧା : ଆଜି ସକାଳ ୭ଘଟିକା ସମୟରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟେଟ୍ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ପ୍ରଥମ ସକାଳୁଆ ମିଳିତ ଜନ ଅଭିଯୋଗ ଶୁଣକ୍ଷଣି ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରରେ ଆରକ୍ଷୀ ଅଧି୍କ୍ଷକ ଶାଗରୀକା ନାଥ, ଅତିରିକ୍ତ ଜିଲ୍ଲାପାଳ, ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଖୋର୍ଦ୍ଧା, ଜ୍ୟୋତିଶଙ୍କର ସାହୁ, ଉପ ଜିଲ୍ଲାପାଳ, ଖୋର୍ଦ୍ଧା, କିଶୋର କୁମାର ପଣ୍ଡା ଯୋଗ ଦେଇଥିଲେ । ଆଜିର ଅଭିଯୋଗ ଶିବିରକୁ ମୋଟ ୭୯ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୫୪ ଗୋଟି ଅଭିଯୋଗ ବ୍ୟକ୍ତିଗତ, ୧୫ ଗୋଟି ଅଭିଯୋଗ ଗ୍ରାମୀଣ ସମସ୍ୟା ଜନିତ ଥିଲା । ଜିଲ୍ଲାପାଳ ଅଭିଯୋଗ ସ୍ଥଳରେ ୪ ଗୋଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୬ଜଣ ଅଭିଯୋଗ କାରିଙ୍କୁ ମୋଟ ୭୨ ହଜାର ଟଙ୍କା ଆର୍ଥିକ ସାହାୟତା ରାଶି ପ୍ରଦାନ କରିଥିଲେ । ଅନଲାଇନରେ ଆସୁଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗଗୁଡିକୁ ସମ୍ପୃକ୍ତ ଅଧିକାରୀମାନେ ଯନôବାନ ହୋଇ ସେଗୁଡିକୁ ତୁରନ୍ତ ସମାଧାନ କରିବାକୁ ସେ ର୍ନିେଶ ଦେଇଥିଲେ । ଜନଶୁଣାଣି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଜରୁରୀ ଶ୍ରୀତପା ମିଶ୍ର, ଡେପୁଟି କଲେକ୍ଟର, ଅଭିଯୋଗ, ଆର୍ତତ୍ରାଣ ମଲ୍ଲିକ, ସହକାରୀ କଲେକ୍ଟର, ଅଭିଯୋଗ ଭୁବନେଶ୍ୱରୀ କଅଁର, ଜିଲ୍ଲାସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କୁଶୁମ ପ୍ରହରାଜଙ୍କ ସମେତ ବିଭିନ୍ନ ବ୍ଲକର ବିଡ଼ିଓ, ତହସିଲଦାର, ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ବରିଷ୍ଠ ଯନ୍ତ୍ରୀମାନେ ଯୋଗଦେଇ ଥିଲେ ।