ମେଧାବୀ ଅଭିନନ୍ଦନ ଅନୁଷ୍ଠିତ
ଜଟଣୀ: ସଂସ୍କୃତି ସୁରକ୍ଷା ସମିତି ଜଟଣୀ ଓ ପାଣ୍ଡବ ଜେନା ଫାଉଣ୍ଡେସନ୍ ମଦନପୁର ପକ୍ଷରୁ ଅଗ୍ରୱାଲ ଧର୍ମଶାଳା ପରିସରରେ ଥିବା ସଭା ହଲ୍ରେ ଅଷ୍ଟାଦଶ ତମ ମେଧାବୀ ଅଭିନନ୍ଦନ ୨୦୨୫ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାଭାବେ ପ୍ରଫେସର ଶିବପ୍ରସାଦ ପାଢ଼ୀ, ସମ୍ମାନିତଅତିଥି ଭାବେ ବରିଷ୍ଠ ଆଇନଜୀବୀ ଉମାଶଙ୍କର ମିଶ୍ର, ପାଣ୍ଡବ ଜେନା ଟ୍ରଷ୍ଟ୍ ଅଧ୍ୟକ୍ଷ ସନ୍ତୋଷ ଜେନା, ପ୍ରକାଶ ମିଶ୍ର ପୂର୍ବତନ ପିସିସି ସାଧାରଣ ସମ୍ପାଦକ, ସାଧାରଣ ସମ୍ପାଦକ କଂଗ୍ରେସ, ଭୁବନେଶ୍ୱର ସାଂସଦ ପାର୍ଥୀ ୟାସିର୍ ନୱାଜ, ଉଦିତ ନାରାୟଣ ପ୍ରଧାନ ସଭାପତି ଜିଲ୍ଲା ଯୁବ କଂଗ୍ରେସ, ରଂଜିତ ପାତ୍ର ରାଜ୍ୟ ଯୁବ କଂଗ୍ରେସ ସଭାପତି ଓ ଉଦ୍ୟୋଗପତୀ ରୋହତାସ ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏଥିରେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ବିନତି ଜେନା, ପୂର୍ବତନ କାଉନସିଲର ନୌସର ଅଲ୍ଲୀ, ଆଇନଜୀବୀ ମହମ୍ମଦ ଇମାମମୁଦିନ ଓ ବସନ୍ତ ନାୟକ, ସାମାଜିକ କର୍ମୀ ସତ୍ୟବ୍ରତ ପରିଡା, ରତିକାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଜଟଣୀ ନିର୍ବାଚନ ମଣ୍ଡଳୀର ୫୫ ଟି ସରକାରୀ ଏବଂ ବେସରକାରୀ ସ୍କୁଲର ଟପ୍ପର ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ, ରାଜେନ୍ଦ୍ର ପାଲ ଭୁବନେଶ୍ୱର ବ୍ଲକ ଟପ୍ପର, ସ୍ମୃତି ପ୍ରଜ୍ଞା ପୃଷ୍ଟି ଖୋର୍ଦ୍ଧା ବ୍ଲକ ଟପ୍ପର, ଶ୍ରୋତସ୍ୱିନୀ ତ୍ରିପାଠୀ ଜଟଣୀ ମୁନିସିପାଲିଟି ଟପ୍ପର, ଅଙ୍କିତା ମହାକୁଡ଼ ଜଟଣୀ ବ୍ଲକ ଟପ୍ପରଙ୍କୁ ସମ୍ମାନିତ କରାଯାଇଥିଲା ।