ମଣ୍ଡଳ ପ୍ରବନ୍ଧକଙ୍କ ରେଳ ସେକ୍ସନ ନୀରିକ୍ଷଣ

 ଜଟଣୀ : ଭିତ୍ତିଭୂମି, ସୁରକ୍ଷା ଏବଂ ଯାତ୍ରୀ ଅଭିଜ୍ଞତାକୁ ବୃଦ୍ଧି କରିବା ପାଇଁ ଏକ ଉନ୍ନୟନମୂଳକ ଅଭିଯାନରେ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳର ମଣ୍ଡଳ ପ୍ରବନ୍ଧକ ଏଚ୍ଏସ୍ ବାଜୱା ସମସ୍ତ ଶାଖା ଅଧିକାରୀଙ୍କ ସହିତ ଖୋର୍ଦ୍ଧାରୋଡ୍-ଇଛାପୁରମ୍ ରେଳ ସେକ୍ସନର ନୀରିକ୍ଷଣ କରିଛନ୍ତି  । ରେଳ ସେକ୍ସନର ମଧ୍ୟବର୍ତ୍ତୀ ଷ୍ଟେସନଗୁଡ଼ିକରେ ୱିଣ୍ଡୋ ଟ୍ରେଲିଂ, ବିସ୍ତୃତ ଯାଞ୍ଚ ଏବଂ ଭୂମି ସମୀକ୍ଷା ସହ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ଷମ ପଏଣ୍ଟଗୁଡ଼ିକର ମୂଲ୍ୟାଙ୍କନ ମାଧ୍ୟମରେ ଯାଞ୍ଚ କରାଯାଇଥିଲା । ନିରୀକ୍ଷଣ ସମୟରେ ଶ୍ରୀ ବାଜୱା ଭାରତୀୟ ରେଳବାଇର ଆଧୁନିକ, ଯାତ୍ରୀ-ଅନୁକୂଳ ଷ୍ଟେସନର ଦୃଷ୍ଟିକୋଣ ସହିତ ସମନ୍ୱୟ ରଖି ବିଭିନ୍ନ ଷ୍ଟେସନରେ ଅମୃତ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ଅଗ୍ରଗତି ମଧ୍ୟ ମୂଲ୍ୟାଙ୍କନ କରାଯାଇଥିଲା । ଏଥି ସହିତ ବ୍ରହ୍ମପୁର, ବାଲୁଗାଁ, ଇଚ୍ଛାପୁର ଏବଂ ଛତ୍ରପୁର ଷ୍ଟେସନରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରାଯାଇଛି ।