ଆଇଆଇଟି ଓ ନେକ୍ସଏଚଏସ୍ ରିନୁ୍ୟଏବଲ୍ ପ୍ରାଇଭେଟ ଲିମିଟେଡ୍ ମଧ୍ୟରେ ବୁଝାମଣାପତ୍ର
ଜଟଣୀ,: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଏବଂ ଚେନ୍ନାଇ-ସ୍ଥିତ ନେକ୍ସଏଚଏସ୍ ରିନ୍ୟୁଏବଲ୍ ପ୍ରାଇଭେଟ ଲିମିଟେଡ୍ ମଧ୍ୟରେ ନିରନ୍ତର ଓ ସ୍ଥାୟୀ ଶକ୍ତିର ସମାଧାନ ଦିଗରେ ବିଭିନ୍ନ ପ୍ରକଳ୍ପ, ପଦକ୍ଷେପ ଓ ଗବେଷଣା ପ୍ରୟାସ ଉଦେ୍ଦଶ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଅଧିନସ୍ଥ 'ଫଣ୍ଡ ଫର ଇମ୍ପୃଭମେଣ୍ଟ ଅଫ ଏସ୍ ଆଣ୍ଡ୍ ଟି ଇନଫ୍ରାଷ୍ଟ୍ରକଚର ଯୋଜନା ଅଧୀନରେ ଆଇଆଇଟି ଭୁବନେଶ୍ୱରର ସ୍କୁଲ ଅଫ୍ ଇନଫ୍ରାଷ୍ଟ୍ରକଚର, ଉପକୂଳ ଏବଂ ନଦୀ କୂଳର କ୍ଷୟ ପାଇଁ ଏକ କେନ୍ଦ୍ର ପ୍ରତିଷ୍ଠା କରିବ, ଯାହାକି ମୁଖ୍ୟତଃ ଉପକୂଳ ସ୍ଥଳଭାଗର ସଂରଚନାର ବିଭିନ୍ନ ଦିଗ, ନଦୀ କୂଳର ସ୍ଥାୟୀତ୍ୱ, ଏବଂ ବିଭିନ୍ନ ଉପକୂଳ ସଂରଚନା ସହିତ ଜଡିତ କ୍ଷୟ ଏବଂ ଡିପୋଜିଟେସନ୍ ସମ୍ବନ୍ଧୀୟ ଗବେଷଣା ଉପରେ ଧ୍ୟାନ ଦେବ । ଏହି ଚୁକ୍ତିନାମା ଅନୁଯାୟୀ, ନେକ୍ସଏଚଏସ୍ ରିନ୍ୟୁଏବଲ୍ ପ୍ରାଇଭେଟ ଲିମିଟେଡ୍ ଏହି କେନ୍ଦ୍ର ପାଇଁ ଆବଶ୍ୟକ ଯନ୍ତ୍ରପାତି କ୍ରୟ ଦିଗରେ ଆଂଶିକ ପାଣ୍ଠି ଯୋଗାଇବ । ଆଇଆଇଟି ଭୁବନେଶ୍ୱର ଏବଂ ନେକ୍ସଏଚଏସ୍ ରିନ୍ୟୁଏବଲ୍ ପ୍ରାଇଭେଟ ଲିମିଟେଡ୍ ପାରସ୍ପରିକ ଆଗ୍ରହର କ୍ଷେତ୍ର ଚିହ୍ନଟ କରିବା, ମିଳିତ ଗବେଷଣା ଦଳ ଗଠନ ଏବଂ ଜ୍ଞାନ ଓ ଉତ୍ସ ଆଦାନପ୍ରଦାନକୁ ସହଜ କରିବା ପାଇଁ ଘନିଷ୍ଠ ଭାବରେ କାର୍ଯ୍ୟ କରିବେ । ଶିଳ୍ପ ଜ୍ଞାନ ସହିତ ଏକାଡେମିକ୍ ପାରଦର୍ଶୀତାକୁ ମିଶ୍ରଣ କରି, ଏହି ସହଭାଗୀତା ମାପନୀୟ ନବୀକରଣଯୋଗ୍ୟ ଶକ୍ତି ସମାଧାନର ବିକାଶ ଏବଂ ନିୟୋଜନକୁ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖିଛି ଯାହା ସମାଜର ବିକାଶଶୀଳ ଆବଶ୍ୟକତାକୁ ପୂରଣ କରିବା ତଥା ଏବଂ ଏକ ସ୍ଥାୟୀ ଭବିଷ୍ୟତର ନିର୍ମାଣରେ ସହାୟକ ହେବ । ଆଇଆଇଟି ଭୁବନେଶ୍ୱରର ନିଦେ୍ର୍ଦଶକ ପ୍ରଫେସର ଶ୍ରୀପଦ୍ କରମଲକର ଏହି ଭାଗିଦାରୀକୁ ନେଇ ଉତ୍ସାହ ପ୍ରକାଶ କରି କହିଛନ୍ତି ଯେ ନବୀକରଣଯୋଗ୍ୟ ଶକ୍ତି ସମ୍ବନ୍ଧୀୟ ପ୍ରଯୁକ୍ତିବିଦ୍ୟାର ଶକ୍ତିର ଉପଯୋଗ ଦ୍ୱାରା ଏକ ପରିବେଶ ଉପଯୋଗୀ ତଥା ଅଧିକ ସ୍ଥାୟୀ ଭବିଷ୍ୟତ ନିର୍ମାଣ ଦିଗରେ ଏହି ସହବନ୍ଧନ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । ଆଇଆଇଟି ଭୁବନେଶ୍ୱରର ସ୍କୁଲ ଅଫ୍ ଇନଫ୍ରାଷ୍ଟ୍ରକ୍ଚରର ମୁଖ୍ୟ ପ୍ରଫେସର ସୁମନ୍ତ ହାଲଦାର, ଡକ୍ଟର ଅରିନ୍ଦମ ସରକାର, ଡକ୍ଟର ଟି. ଜ୍ୟୋତି ସରବନନ ଏବଂ ଅନ୍ୟ ଫ୍ୟାକଲ୍ଟିମାନେ ଉପକୂଳ ଏବଂ ନଦୀ କୂଳର କ୍ଷୟ ନିରୋଧ ପାଇଁ ସମ୍ପ୍ରତି କେନ୍ଦ୍ରରେ ·ଲିଥିବା ଅତ୍ୟାଧୁନିକ ଅନୁସନ୍ଧାନର ମାତ୍ରା ଉପରେ ଗୁରୁତ୍ୱାରୋପ କରିଥିଲେ । ନେକ୍ସଏଚଏସ୍ ରିନ୍ୟୁଏବଲ୍ ପ୍ରାଇଭେଟ ଲିମିଟେଡର ଏମଡି ତଥା ସିଇଓ ଶ୍ରୀ ସୁଧାଂଶୁ ଭୂଷଣ ପୃଷ୍ଟି କହିଛନ୍ତି ଯେ ନବୀକରଣଯୋଗ୍ୟ ଶକ୍ତି ସମ୍ବନ୍ଧୀୟ ପ୍ରଯୁକ୍ତିବିଦ୍ୟା ଦିଗରେ ଗବେଷଣା ଓ ଅବଦାନ ପାଇଁ ସହଯୋଗର ସମ୍ଭାବନା ସନ୍ଧାନ ଉଦେ୍ଦଶ୍ୟରେ ଆଇଆଇଟି ଭୁବନେଶ୍ୱର ସହ ଆମର ସହବନ୍ଧନକୁ ନେଇ ଆମେ ଉତ୍ସାହିତ ।