ଏବେ ଥଣ୍ଡା କାଶ ଓ ଜ୍ୱର ସଙ୍କଟରେ ଜିଲ୍ଲାବାସୀ

ଏବେ ଥଣ୍ଡା କାଶ ଓ ଜ୍ୱର ସଙ୍କଟରେ ଜିଲ୍ଲାବାସୀ

ଖୋର୍ଦ୍ଧା : ଜିଲ୍ଲାରେ ଘରେ ଘରେ ଏବେ ଥଣ୍ଡା, କାଶ, ଜ୍ୱର ଦେଖିବାକୁ ମିଳୁଛି । ଡେଙ୍ଗୁ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି ଜିଲ୍ଲାବାସୀ । ପ୍ରଥମେ ଜ୍ୱର, ଥଣ୍ଡା ଓ କାଶ ଲାଗି ରହିବ ପରେ ଅନେକ ଦିନ ଧରି ଏଥିରେ କୌଣସି ଉପଶମ ମିଳୁନଥିବା ପରେ ଲୋକେ ବାଧ୍ୟ ହୋଇ ଡେଙ୍ଗୁ ଓ ମ୍ୟାଲେରିଆ ଆଦି ପରୀକ୍ଷା କରୁଛନ୍ତି । ତେବେ ଅନେକଙ୍କ ରକ୍ତ ନମୁନରୁ ଡେଙ୍ଗୁ କିମ୍ବା ମେଲେରିଆ ଚିହ୍ନଟ ହେଉଥିବା ବେଳେ, ଅନେକଙ୍କ ଗେଣ୍ଡୁ ଓ ମ୍ୟାଲେରିଆ ନଥାଇ ମଧ୍ୟ ଥଣ୍ଡା କାଶ ଓ ଜ୍ୱର କମିବା ନଥିବାରୁ ଲୋକେ ଚିନ୍ତାରେ । ରିପୋର୍ଟ ନେଗେଟିଭ୍‌ ଆସୁଛି କିନ୍ତୁ ଜ୍ୱର ୫ ର ୭ ଦିନ ପର୍ଯ୍ୟନ୍ତ ରହୁଥିବା ବେଳେ, ତଣ୍ଟି ଦରଜ ଓ ଗଳା ବସିବା ଭଳି ଲକ୍ଷଣ ଦେଖାଯାଉଛି । ଶରୀରରେ ତାପମାତ୍ରା କିଛି ଦିନ ଯାଏଁ ଲାଗି ରହୁଛି  । ଜିଲ୍ଲାରେ  ପ୍ରତି ୫ଜଣରେ ଜଣେ ଏବେ ଏହି ଏହି ଜ୍ୱରରେ ସଂକ୍ରମିତ ହେଉଛନ୍ତି । ଦୈନିକ ସରକାରୀ ଡାକ୍ତର ଖାନରେ ଥଣ୍ଡା ଜ୍ୱର ରୋଗୀଙ୍କ ଭିଡ ଜମୁଥିବା ଦେଖିବାକୁ ମିଳୁଛି । ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଘରୋଇ ଚିକିତ୍ସାଳୟରେ ମଧ୍ୟ ରୋଗୀଙ୍କ ଲମ୍ବା ଧାଡ଼ି ଲାଗୁଛି । ପିଲାଙ୍କଠାରୁ ବଡ଼ ଲୋକମାନଙ୍କୁ ବ୍ୟାପୁଥିବା ଜଣ ପଡୁଛି । ପରିବାରର କୌଣସି ସଦସ୍ୟଙ୍କୁ ଏହି ଜ୍ୱର ହେଲେ ଧୀରେ ଧୀରେ ସମସ୍ତେ ସଂକ୍ରମିତ ହେଉଛନ୍ତି । କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହାକୁ ଏଚ୍‌-୧, ଏନ୍‌-୧ ଭୂତାଣୁକହୁଥିବା ଜଣାପଡୁଛି । ତେବେ ଏହାକୁ ସରକାରୀ ଭାବରେ ଘୋଷଣା କରାଯାଇନାହିଁ । ତେବେ ଏହି ରୋଗ ମାସ ନ ପିନ୍ଧିବା ଏବଂ ରୋଗୀର ନିକଟରେ ଥିବା ଅସବାବ ପତ୍ରକୁ ସ୍ପର୍ଶ କଲେ ଏହି ରୋଗ ବ୍ୟାପିବା ସମ୍ଭବ ପର ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତରୁ ପ୍ରକାଶ ପାଉଛି । ଖରା-ବର୍ଷା ସାଙ୍ଗକୁ ଗରମ ଗୁଳୁଗୁଳିରୁ ରକ୍ଷା ପାଇଁ ଲୋକମାନେ ପଙ୍ଖା, ଏସି ଆଦି ବ୍ୟବହାର କରୁଛନ୍ତି । ତେଣୁ ଶରୀର ହଠାତ୍‌ ଥଣ୍ଡା ଓ ଗରମ ଅନୁଭବ କରିବା ଯୋଗୁଁ ଏଭଳି ରୋଗ ଦେଖାଦେଉଥିବା ବିଶେଷଜ୍ଞମାନେ ପ୍ରକାଶ କରୁଛନ୍ତି । ଭାଇରାଲ୍‌ ଜ୍ୱର ଅତି ସହଜରେ ଜଣଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ । ବିଶେଷକରି ରୋଗୀ ମାସ୍କ ନ ପିନ୍ଧିଥିବା ବେଳେ ଏବଂ ରୋଗୀର ପାଖରେଥିବା ଜିନିଷ ପତ୍ରକୁ ବ୍ୟବହାର କରିବା ଦ୍ୱାରା ହିଁ ସଂକ୍ରମଣ ବ୍ୟାପିଥାଏ । ମହାମାରୀ ସମୟରେ ଯେଭଳି ସାମାଜିକ ଦୂରତା ଓ ମାସ୍କ ବାଧ୍ୟତା ରହିଥିଲା ଏବେ ସେହି ପନ୍ଥା ଆପଣାଇବା ଆବଶ୍ୟକ ବୋଲି ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । ଏହାସହ ଗରମ ବାମ୍ଫ ନେବାକୁ ଡାକ୍ତରମାନେ କହିଛନ୍ତି ବର୍ଷା ଋତୁ ସାରା ରାଜ୍ୟରେ ଡେଙ୍ଗୁ ମ୍ୟାଲେରିଆ ଆତଙ୍କ ଖେଳାଇଥିବା ବେଳେ, ଏବେ ଥଣ୍ଡା କାଶ ଓ ଜ୍ୱର ଅଧିକ ଦିନ ଲୋକଙ୍କ ଶରୀରରେ ରହୁଥିବା ନେଇ ଲୋକେ ଆତଙ୍କିତ ହୋଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ ୩୬୪ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ତନ୍ମଧରେ ଖୋର୍ଦ୍ଧା ଅଞ୍ଚଳରୁ ୧୪ଜଣ ରହିଛନ୍ତି ଓ ଡେଙ୍ଗୁ ରୋଗ ନେଇ ସରକାରଙ୍କ ପକ୍ଷରୁ ସଚେତନତା ବାର୍ତ୍ତା ଦେବା ସହିତ ସଫାସୁତରା, ପରିଷ୍କାର ପରିଚ୍ଛନ୍ନ ଓ ପାଣି ନିଷ୍କାସନ ପାଇଁ ଗୁରୁତ୍ୱ ଦିଆଯାଉଛି । ତେବେ ଜିଲ୍ଲାର କିଛି ଘରୋଇ ଓ ସରକାରୀ ଆବାସିକ ସ୍‌ୁଲରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଥଣ୍ଡା କାଶ ଓ ଜ୍ୱର ଦେଖା ଯାଉଥିବା ବେଳେ, ସେଥିମଧ୍ୟରୁ ଅନେକ ଛାତ୍ର ଛାତ୍ରିଙ୍କ ରକ୍ତ ନମୁନାରୁ ଜଣ ପଡିଛି ଯେ, ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏବଂ ଅନ୍ୟ ମାନେ ଡେଙ୍ଗୁ କିମ୍ବା ମେଲେରିଆ ରୋଗରେ ଆକ୍ରାନ୍ତ ନହୋଇ ମଧ୍ୟ ଅନେକ ଦିନ ଧରି ଜ୍ୱର କମୁନଥିବା ଏବେ ଲୋକଙ୍କୁ ଚିନ୍ତାରେ ପକାଇଛି ।