ବିଜେଡ଼ିର ସାମ୍ବାଦିକ ସମ୍ମଳନୀ
ଭୁବନେଶ୍ୱର, : ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖଭବନ ଠାରେ ବିଜେଡ଼ିର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ମୁଖପାତ୍ର ଡ଼ଃ ଅମର ପଟ୍ଟନାୟକ ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱଙ୍କ ଦ୍ୱାରା ଓଡିଶାରୁ ତାମିଲନାଡୁକୁ ଶସ୍ତାରେ ବିଜୁଳି ଯୋଗାଣର ଅଭିଯୋଗକୁ ଦୃଢ଼ ଖଣ୍ଡନ କରିବା ସହିତ ଏହା ମିଥ୍ୟା ଓ କପୋଳକଳ୍ପିତ ବୋଲି କହିଛନ୍ତି । ବିଜେପିର ଶୀର୍ଷ ନେତୃତ୍ୱ ଏହି ମିଥ୍ୟା ତଥ୍ୟ ଉଦେଶ୍ୟମୂଳକ ଭାବେ ପରିବେଷଣ କରି ଓଡିଶାବାସୀଙ୍କୁ ଭୁଆଁ ବୁଲାଇ କିଛି ଭୋଟ ହାତେଇବାକୁ ପ୍ରୟାସ କରୁଛନ୍ତି ବୋଲି ପାଲଟା ଅଭିଯୋଗ କରିଥିଲେ । ଡ଼ଃ ପଟ୍ଟନାୟକଙ୍କ କହିବା ଅନୁଯାୟୀ, ଭାରତ ସରକାରଙ୍କ ନିୟମ ଅନୁଯାୟୀ ରାଜ୍ୟରେ ଉତ୍ପାଦିତ ହେଉଥିବା ବିଜୁଳି ମଧ୍ୟରୁ ବଳକା ବିଜୁଳି ଜାତୀୟ ଗ୍ରୀଡ଼କୁ ପ୍ରଦାନ କରା ଯାଇଥାଏ ଓ ସେଣ୍ଟ୍ରାଲ ଇଲେକଟ୍ରିସିଟି ରେଗୁଲେଟରୀ କମିସନ (ସିଇଆରସି ) ଏହାକୁ ବିଭିନ୍ନ ବିଦ୍ୟୁତ ନିଅଣ୍ଟ ରାଜ୍ୟକୁ ସେମାନଙ୍କ ·ହିଦା ଅନୁଯାୟୀ ପ୍ରଦାନ କରିଥାଏ ।
ଓଡ଼ିଶାରେ ଏନଟିପିସି ମାଧ୍ୟମରେ ପ୍ରାୟ ୪୬୦୦ ୟୁନିଟ ବିଜୁଳି ଉତ୍ପାଦନ ହେଉଥିବା ବେଳେ, ଓଡ଼ିଶାକୁ ମାତ୍ର ୧୩୫୮ ୟୁନିଟ ବିଜୁଳି ମିଳିଥାଏ ଓ ବଳକା ବିଜୁଳି ସିଇଆରସି ମାଧ୍ୟମରେ ଅନ୍ୟ ରାଜ୍ୟ ମାନଙ୍କୁ ପ୍ରଦାନ କରା ଯାଇଥାଏ । ଅପରପକ୍ଷରେ, ବିଜେପିର ଶୀର୍ଷ ନେତୃତ୍ୱଙ୍କ ଦ୍ୱାରା ଓଡ଼ିଶାରେ ବିଜୁଳି ଦର ଅନ୍ୟ ରାଜ୍ୟ ତୁଳନାରେ ଅଧିକ ବୋଲି କରା ଯାଉଥିବା ଦାବିକୁ ମଧ୍ୟ ଡ଼ଃ ପଟ୍ଟନାୟକ ଦୃଢ଼ ଭାବେ ଖଣ୍ଡନ କରିଥିଲେ ଓ ବିଭିନ୍ନ ରାଜ୍ୟର ବିଜୁଳି ଦରର ତଥ୍ୟ ପ୍ରଦାନ କରି ଓଡ଼ିଶାର ବିଜୁଳି ଦର ସର୍ବନିମ୍ନ ବୋଲି ପ୍ରମାଣିତ କରିଥିଲେ ।