ମନ୍ତ୍ରୀ-ଅଫିସର୍ଙ୍କ ମାସିକ ଗାଡ଼ି ଖର୍ଚ୍ଚ ବଢ଼ିଲା
ବଢ଼ିଲା ମନ୍ତ୍ରୀ, ଅଫିସର୍ଙ୍କ ମାସିକ ଗାଡ଼ି ଖର୍ଚ୍ଚ । ମାସିକ ଗାଡ଼ି ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର । ପୂର୍ବ ନିର୍ଦ୍ଧାରିତ ଘରୋଇ ଗାଡ଼ି ଭଡ଼ାରେ ସଂଶୋଧନ କରାଯାଇଛି । ୫୦,୪୦୦ ଟଙ୍କା ହେଲା ମନ୍ତ୍ରୀଙ୍କ ଗାଡ଼ି ଖର୍ଚ୍ଚ । ସେହିପରି ଜିଲ୍ଲାପାଳ, ଏସ୍ପିଙ୍କ ଗାଡ଼ି ଖର୍ଚ୍ଚ ୪୪, ୪୦୦କୁ ବୃଦ୍ଧି କରାଯାଇଛି । ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।