ପାଚିକା ସଂଘର ବିକ୍ଷୋଭ
ଦଶପଲ୍ଲା, : କେନ୍ଦ୍ରୀୟ ଶ୍ରମିକ ସଂଗଠନ ସିଆଇଟିୟୁ ଦ୍ୱାରା ପରିଚାଳିତ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା/ସହାୟିକା ସଂଘ ଦଶପଲ୍ଲା ମଣ୍ଡଳ ଶିକ୍ଷା ଅଧିରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ୧୨ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ବିକ୍ଷୋଭ ପୂର୍ବରୁ ଦଶପଲ୍ଲାର ଶିକ୍ଷକ ଭବନରେ ଏକ ସାଧାରଣ ସଭା ସଭାପତି ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ପାଚିକାଙ୍କର ବହୁବିଧ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ସଭାରେ ସଂଘ ନୟାଗଡ଼ ଜିଲ୍ଲା ସମ୍ପାଦିକା ଜୟନ୍ତୀ ଦାସ, ସିଆଇଟିୟୁ ଜିଲ୍ଲା ଆବାହକ କମ୍ରେଡ୍ ବିଶ୍ୱନାଥ ମହାପାତ୍ର କୃଷକ ନେତା ବ୍ରଜବନ୍ଧୁ ପ୍ରଧାନ, ଯୁବନେତା ସୁଶାନ୍ତ ନାୟକ ଓ ସିପିଆଇ (ଏମ୍) ଦଶପଲ୍ଲା ଲୋକାଲ କମିଟି ସମ୍ପାଦକ ବିପିନ ବିହାରୀ ବାଜୁ ପ୍ରମୁଖ ଆଲୋଚନା କରିଥିଲେ । ସଭାପରେ ହାତରେ ପତାକା ଓ ପ୍ଲାକାର୍ଡ ଧରି ଏକ ସୁଶୋଭିତ ପଟୁଆର ବିଇଓଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲା । ଏହି ଆନେ୍ଦାଳନର ମୁଖ୍ୟ ଦାବି ଭିତରେ ମଧ୍ୟାହ୍ନ ଭୋଜନ କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ସହିତ ମାସିକ ୨୬ହଜାର ଟଙ୍କା ଦରମା, ମଧ୍ୟାହ୍ନ ଭୋଜନକୁ ଘରୋଇକରଣ କରିବା ପ୍ରକ୍ରିୟା ବନ୍ଦ କରିବା, ବେଆଇନ ଛଟେଇ ବନ୍ଦ କରିବା ଓ ଛଟେଇ ପାଚିକାଙ୍କୁ ପୁନଃନିଯୁକ୍ତି କରିବା, ଅବସରକାଳୀନ ବୟସ ସୀମାକୁ ୬୦ ରୁ ୬୫ ବର୍ଷକୁ ବୃଦ୍ଧି କରିବା, ୯ମ ଓ ୧୦ମ ଶ୍ରେଣୀ ପାଇଁ ତୁରନ୍ତ ପାଚିକା ନିଯୁକ୍ତି କରିବା ଏବଂ ଛଟେଇ ହୋଇ ରହିଥିବା ପାଚିକାଙ୍କୁ ସେହି ସ୍ଥାନରେ ନିଯୁକ୍ତି ଦେବା ସହିତ ମଧ୍ୟାହ୍ନ ଭୋଜନର ମାନ ବୃଦ୍ଧି କରିବା ସହିତ ସେଥିପାଇଁ ଅଧିକ ଅର୍ଥ ବରାଦ କରିବା ପ୍ରଭୃତି ଏକ ୧୩ଦଫା ସମ୍ବଳିତ ଦାବିପତ୍ର ସରକାରଙ୍କ ଉଦେ୍ଦଶ୍ୟରେ ବିଇଓଙ୍କୁ ପ୍ରଦାନ କରାଯାଇଥିଲା । ସମସ୍ୟାର ତୁରନ୍ତ ସମାଧାନର ପ୍ରତିଶ୍ରୁତି ପାଇ ବିକ୍ଷୋଭ ଆନେ୍ଦାଳନ ସମାପ୍ତ କରାଯାଇଥିଲା ।