ଇନଷ୍ଟାଗ୍ରାମ ସର୍ଭର ଡାଉନ୍‌

instagram server down

ଇନଷ୍ଟାଗ୍ରାମ ସର୍ଭର ଡାଉନ୍‌

ଭୁବନେଶ୍ୱର : ଭାରତ ତଥା ବିଶ୍ୱର ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡ଼ିଆ ପ୍ଳାଟଫର୍ମ ଇନଷ୍ଟାଗ୍ରାମର ସର୍ଭର ଡାଉନ୍‌ ହୋଇଯାଇଛି  । ଇନଷ୍ଟାଗ୍ରାମ ଲଗଇନ୍‌ରେ ସମସ୍ୟା ଯୋଗୁଁ କୋଟିକୋଟି ୟୁଜର ବିଚଳିତ ହୋଇଯାଇଛନ୍ତି  । ଲଗ ଇନ୍‌ ସମସ୍ୟା ସହ ଆପ ସଂକ୍ରାନ୍ତୀୟ ଅନେକ କିଛି ସମସ୍ୟା ଦେଖିବାକୁ ମିଳିଛି  ।

ୱେବସାଇଟ୍‌ ଟ୍ରାକର ଡାଉନଡିଟେକ୍ଟର ଅନୁଯାୟୀ, ଇନଷ୍ଟାଗ୍ରାମ ସମସ୍ୟା ନେଇ ୭ ଶହରୁ ଉଦ୍ଧ୍ୱର୍ ରିପୋର୍ଟ ଆସିଛି  । ସକାଳ ୧୦ଟା ୩୭ରେ ଏଭଳି ରିପୋର୍ଟ ଅଧିକ ସଂଖ୍ୟାରେ ଆସିଥିଲା  । ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଏଭଳି ଘଟିଛି  । ନଭେମ୍ବର ୧୩ରେ ମଧ୍ୟ ଅନୁରୂପ ସମସ୍ୟା ଉପୁଜିଥିଲା  ।

ଡାଉନଡିଟେକ୍ଟର ଅନୁଯାୟୀ, ୪୨% ରିପୋର୍ଟ ଲଗଇନ୍‌ ସମସ୍ୟା ଯୋଗୁଁ ଆସିଥିବାବେଳେ ୩୯% ଉପଭୋକ୍ତା ସର୍ଭେର କନେକ୍ସନ ଓ ୧୯ ପ୍ରତିଶତ ଆପ୍‌ ସଂକ୍ରାନ୍ତୀୟ ସମସ୍ୟା ନେଇ ଅଭିଯୋଗ କରିଛନ୍ତି  । ଖାଲି ଭାରତ ନୁହେଁ ବିଶ୍ୱର ଅନେକ ଉପଭୋକ୍ତା ଏକ୍ସ ଯୋଗେ ନିଜର ଅଭିଯୋଗ ଜଣାଇଛନ୍ତି  । ତେବେ ଭାରତରୁ ଅଧିକ ୟୁଜର ଏହି ସମସ୍ୟା ନେଇ ସୋସିଆଲ ମିଡ଼ିଆରେ ଜଣାଇଛନ୍ତି  । ବିଶ୍ୱର ନିୟୁତ ନିୟୁତ ଲୋକ ଏବେ ଇନଷ୍ଟାଗ୍ରାମ ଲଗଇନ୍‌ କରିପାରୁନାହାନ୍ତି  । ଯାହାକି ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି  ।