କେଜ୍ରିୱାଲଙ୍କ ଉପରେ ବଢୁଛି ସଙ୍କଟ: 'ଶୀଶମହଲ'ର ଯାଞ୍ଚ
ଦିଲ୍ଲୀରେ ହାରିବା ପରେ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ଆହୁରି ବଢ଼ିବା ଆରମ୍ଭ ହୋଇଯାଇଛି । କେଜ୍ରିୱାଲଙ୍କ 'ଶୀଶମହଲ'କୁ ନେଇ ବିଜେପିର ଆରୋପ ପରେ କେନ୍ଦ୍ରୀୟ ସତର୍କତା ଆୟୋଗ ବଙ୍ଗଳାର ତଦନ୍ତ ପାଇଁ ଆଦେଶ ଦେଇଛନ୍ତି । ଏହି ମାମଲାରେ ନଭେମ୍ବରରୁ ହିଁ ତଦନ୍ତ ଆରମ୍ଭ ହୋଇଥିଲା । ପ୍ରାରମ୍ଭିକ ରିପୋର୍ଟ ପରେ ଏବେ ଅଧିକ ତଦନ୍ତ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଏହାକୁ ନେଇ କେଜ୍ରିୱାଲଙ୍କ ମୁଣ୍ଡରେ ଗୋଟିଏ ନୂଆ ସଙ୍କଟ ଝୁଲୁଛି । ଗତ ବର୍ଷ ଏହି ମାମଲାକୁ ନେଇ ବିଜେନ୍ଦ୍ର ଗୁପ୍ତା ସିଭିସିରେ ଅଭିଯୋଗ କରିଥିଲେ ।
କେଜ୍ରିୱାଲଙ୍କ ୬ ତାଲା ବିଶିଷ୍ଟ ବାସଭବନକୁ ବିଜେପିର ଆରୋପ ପରେ ଏହା ତଦନ୍ତ ପରିସର ଭିତରକୁ ଆସିଛି । ତଦନ୍ତ ପରେ ହିଁ ଜଣା ପଡିବ ଏହି ଆଲିସାନ ବଙ୍ଗଳା ସରକାରୀ ଜାଗାରେ ହୋଇଛି ନା ଏହା ତାଙ୍କର ବ୍ୟକ୍ତିଗତ ଜାଗା । ୧୪ ଅକ୍ଟୋବର ୨୦୨୪ରେ ବିଜେନ୍ଦ୍ର ଗୁପ୍ତା କରିଥିବା ଅଭିଯୋଗ ଅନୁସାରେ, ରାଜପୁର ରୋଡରେ ଦୁଇଟି ପ୍ଲଟ ଓ ଦୁଇଟି ବଙ୍ଗଳା ସହ ସରକାରୀ ସମ୍ପତ୍ତି ଭାଙ୍ଗି ଆଲିସାନ ବଙ୍ଗଳା ତିଆରି କରିଥିଲେ । ଯାହାର ଗ୍ରାଉଣ୍ଡ ଫ୍ଲୋର ଏରିଆର ଅନୁପାତ ମାନଦଣ୍ଡର ଉଲଙ୍ଘନ କରୁଛି । ଯଦି ଏହି ଅଭିଯୋଗ ସତ୍ୟ ହୋଇଥାଏ ଦେବେ ତଦନ୍ତ ପରେ କେଜ୍ରିୱାଲ ପୁଣି ଜେଲ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।