IPL ରେ ବିଜୟ : ଅନୁଷ୍କାଙ୍କ ତ୍ୟାଗ ପାଇଁ ଧନ୍ୟବାଦ ଜଣାଇଲେ କୋହଲି

ଦୀର୍ଘ ୧୮ ବର୍ଷ ପରେ ଟ୍ରଫି ହାତେଇଛି ଆର୍ସିବି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ ଚାମ୍ପିୟନ ହୋଇଛି , ଶେଷରେ ବିରାଟ କୋହଲିଙ୍କ ସ୍ୱପ୍ନ ପୂରଣ ହୋଇଛି । ପ୍ରଥମ ଥର ପାଇଁ IPL ଟାଇଟଲ୍ ଜିତିବା ପରେ କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କ ସପୋର୍ଟକୁ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ଆଜି ଯାହା ବି ସଫଳତା ମିଳିଛି ତାହାର ଶ୍ରେୟ ଅନୁଷ୍କାଙ୍କୁ ଯାଉଛି । ଜିତିବାର କିଛି ମୁହୂର୍ତ୍ତ ପରେ ହିଁ ବିରାଟ କୋହଲି ଅନୁଷ୍କା ଶର୍ମାଙ୍କ 'ସମର୍ଥନ ଏବଂ ତ୍ୟାଗ' ବିଷୟରେ କହିଛନ୍ତି । ଯାହା ଫିଲ୍ଡ୍ରେ ତାଙ୍କ କାମ ଉପରେ ଧ୍ୟାନ ଦେବାରେ ସାହାଯ୍ୟ କରିଥିଲା । ୧୮ ବର୍ଷର ସଂଘର୍ଷ ପରେ କୋହଲି ଶେଷରେ IPL ଜିତିଲେ, ତାଙ୍କ ଦଳ ଗତକାଲି ଫାଇନାଲରେ ରଜତ ପଟିଦାରଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଥିଲା ।
ମ୍ୟାଚ୍ ପରେ ପ୍ରସାରକମାନଙ୍କ ସହ କଥାବାର୍ତ୍ତା ସମୟରେ, କୋହଲି ୧୮ ବର୍ଷ ପରେ IPL ଜିତିବାରେ ଅନୁଷ୍କାଙ୍କ ଭୂମିକା ବିଷୟରେ କହିଥିଲେ । ସଫଳତାର ଶ୍ରେୟ ତାଙ୍କୁ ଦେଇଥିଲେ । କୋହଲି କହିଥିଲେ, "ଆମକୁ ହାରୁଥିବା ଦେଖିବା ପରେ... ଆମ ଜୀବନସାଥୀ ଆମ ପାଇଁ ବହୁତ କିଛି କରିପାରେ । ତାଙ୍କ ତ୍ୟାଗ, ପ୍ରତିବଦ୍ଧତା ଏବଂ ପ୍ରତ୍ୟେକ ଜଟିଳ ସମୟରେ ମୋ ପାଇଁ, ମୋ ସହ ଠିଆ ହେବା, ଏହା ଏପରି କିଛି ଯାହାକୁ ମୁଁ ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ ।" ସେ ଆହୁରି ମଧ୍ୟ କହିଛନ୍ତି, "ଯେତେବେଳେ ଜଣେ ବୃତ୍ତିଗତ ଭାବରେ ଖେଳୁଛି , ସେତେବେଳେ ପରଦା ପଛରେ ଅନେକ କଥା ଘଟୁଛି । ଅନେକ ବାଧା ବିଘ୍ନ ଦେଇ ଗତି କରିବାକୁ ପଡ଼େ । ଅନୁଷ୍କା ଭାବନାତ୍ମକ ଭାବରେ ଯେଉଁ ସମୟ ଦେଇ ଗତି କରୁଛନ୍ତି , ସେହି ସମୟରେ ମୋତେ ଦୁଃଖିତ ଏବଂ ନିରାଶ ଦେଖିବା , ମ୍ୟାଚ୍କୁ ଆସିବା, ବେଙ୍ଗାଲୁରୁ ସହିତ ଏତେ ଜଡିତ ରହିବା ଏବଂ ସବୁବେଳେ RCB ସହିତ ରହିବା । ଏହା ତାଙ୍କ ପାଇଁ ବହୁତ ସ୍ୱତନ୍ତ୍ର । ସେଥିପାଇଁ ସେ ଆଜି ବହୁତ ଗର୍ବ ଅନୁଭବ କରିବେ ।