ବିଚାରପତିଙ୍କୁ CJI କଲେ ସତର୍କ
ଅବସର ପରେ ସରକାରୀ ପଦ ଗ୍ରହଣ ଅନୁଚିତ । ଖାଲି ପଦ ଗ୍ରହଣ ନୁହେଁ ବରଂ ନିର୍ବାଚନ ଲଢ଼ିବା ଅନୁଚିତ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭୂଷଣ ଆର୍ ଗୱାଇ ଏହା କହିଛନ୍ତି । ଏଭଳି ଅଭ୍ୟାସ ଗୁରୁତ୍ୱପୂର୍ଣ୍ଣ ନୈତିକ ଚିନ୍ତା ସୃଷ୍ଟି କରିବା ସହ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ଜନସାଧାରଣଙ୍କ ବିଶ୍ୱାସ କମାଇ ଦେଉଛି ବୋଲି ସେ ସତର୍କ କରାଇଛନ୍ତି । ମଙ୍ଗଳବାର ବ୍ରିଟେନର ସର୍ବୋଚ୍ଚ ନ୍ୟାୟାଳୟରେ ନ୍ୟାୟିକ ସ୍ୱାଧୀନତା ଉପରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ ରାଉଣ୍ଡଟେବୁଲ୍ ସମ୍ମିଳନୀରେ ପ୍ରଧାନ ବିଚାରପତି ଯୋଗଦେଇ ଏପରି କହିଛନ୍ତି । ସେ କହିଛନ୍ତି, ଯଦି କୌଣସି ବିଚାରପତି ଅବସର ନେବା ପରେ ତୁରନ୍ତ ଆଉ ଏକ ସରକାରୀ ପଦବି ଗ୍ରହଣ କରନ୍ତି କିମ୍ବା ନିର୍ବାଚନ ଲଢ଼ିବା ପାଇଁ ଖଣ୍ଡପୀଠରୁ ଇସ୍ତଫା ଦିଅନ୍ତି, ତେବେ ଏହା ଗରୁତ୍ୱପୂର୍ଣ୍ଣ ନୈତିକ ଚିନ୍ତା ସୃଷ୍ଟି କରିଥାଏ । ଏପରିକି ସେ ଓ ତାଙ୍କର ଅନେକ ସହଯୋଗୀ ସରକାରଙ୍କଠାରୁ ଅବସର ପରବର୍ତ୍ତୀ କୌଣସି ଭୂମିକା ବା ପଦବି ଗ୍ରହଣ କରିବେ ନାହିଁ ବୋଲି ସାର୍ବଜନୀନ ଭାବେ ପ୍ରତିଶ୍ରୁତି ଦେଇଛନ୍ତି । ଦେବେ ତଦନ୍ତକାରୀ ଦଳ । ନର୍ସଙ୍କ ଭୁଲ ଇଞ୍ଜେକସନରୁ ୬ ରୋଗୀଙ୍କ ମୃତ୍ୟ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଜି ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଡିଏମଇଟି ଘଟଣାର ତଦନ୍ତ ପାଇଁ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ତଦନ୍ତ ସରିବା ପରେ ବ୍ୟବଚ୍ଛେଦ ରିପୋର୍ଟ ସହ ମେଳ କରାଯିବ । ଏହାପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାତିରେ ନର୍ସଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ଏଭଳି ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ମେଡିକାଲ ଡିନ କିନ୍ତୁ ଭୁଲ ଇଞ୍ଜେକ୍ସନ କଥାକୁ ଖଣ୍ଡନ କରିଛନ୍ତି ।