ଖେଳିବେ ନାହିଁ ବୁମ୍ରା!
ନୂଆଦିଲ୍ଲୀ : ଜସପ୍ରିତ ବୁମରା ଆଘାତ ଯୋଗୁଁ ଆଇପିଏଲ ଖେଳୁନାହାନ୍ତି । ସେ ଚଳିତ ବର୍ଷ ଜାନୁଆରୀରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ । ଭାରତର ଅଷ୍ଟ୍ରେଲିଆ ଗସ୍ତ ପରେ ବୁମରା ଏପର୍ଯ୍ୟନ୍ତ ପଡ଼ିଆକୁ ଫେରି ପାରି ନାହାଁନ୍ତି । ଏକ ରିପୋର୍ଟ ଅନୁଯାୟୀ, ବୁମରା ଫିଟ୍ ହୋଇଯାଇଛନ୍ତି । କିନ୍ତୁ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବେ ନାହିଁ । ବୁମରାଙ୍କ ପ୍ରତ୍ୟାବର୍ତ୍ତନ ଉପରେ ଏବେ ବି ସନେ୍ଦହ ରହିଛି । ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବୁମରାଙ୍କୁ ଖେଳକୁ ଫେରିବା ପାଇଁ ଆହୁରି ଅପେକ୍ଷା କରିବାକୁ ପଡିବ । ସେ ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସରେ ଅଛନ୍ତି ଏବଂ ତାଙ୍କ ଫିଟନେସ ଉପରେ କାମ କରୁଛନ୍ତି । ବୁମରା କ୍ଲିନିକାଲ ଫିଟ ଅଛନ୍ତି ।