ଓଡ଼ିଶାରୁ ରପ୍ତାନୀ ହୋଇଛି ୧୮ ଲକ୍ଷ ମେଟ୍ରିକ ଟନ୍‌ ଲୁହାପଥର

ଓଡ଼ିଶାରୁ ରପ୍ତାନୀ ହୋଇଛି ୧୮ ଲକ୍ଷ ମେଟ୍ରିକ ଟନ୍‌ ଲୁହାପଥର

ରାଜ୍ୟରେ ଲୁହାପଥର ରପ୍ତାନୀରୁ ଆଦାୟ ହେଉଥିବା ରାଜସ୍ୱକୁ ନେଇ ତଥ୍ୟ ଦେବାକୁ ସୌଭିକ ବିଶ୍ୱାଳ ଆଜି ଗୃହରେ ଲିଖିତ ପ୍ରଶ୍ନ କରିଥିଲେ । କେଉଁ ଦେଶକୁ କେତେ ଲୁହାପଥର ରପ୍ତାନୀ ହୋଇଛି ଓ କେତେ ରାଜସ୍ୱ ଆଦାୟ ହୋଇଛି ତାହାର ସବିଶେଷ ତଥ୍ୟ ଦେବାକୁ ପ୍ରଶ୍ନ କରିଥିଲେ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ । ଲିଖିତ ଭାବରେ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା । ବିଗତ ତିନି ବର୍ଷରେ ଲୁହାପଥର ରପ୍ତାନୀରୁ ୨୪ ଶହ ୧୮ କୋଟି ୮୫ ଲକ୍ଷ ରାଜସ୍ୱ ଆଦାୟ ହୋଇଛି । ୨୦୨୨-୨୩, ୨୦୨୩-୨୪ ଓ ୨୦୨୪-୨୫ର ୪ କୋଟି ୧୮ ଲକ୍ଷ ୭୯ ହଜାର ୫୦ ମେଟ୍ରିକ ଟନ ଲୁହା ପଥର ରପ୍ତାନି ହୋଇଛି ।  ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ୩୧୨ କୋଟି ୮ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୋଇଛି । ସେହିଭଳି ୨୦୨୩-୨୪ରେ ୧ହଜାର ୮୬ କୋଟି ୯୬ ଲକ୍ଷ ରାଜସ୍ୱ ଆଦାୟ ହୋଇଛି ।  ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ଚାଇନାକୁ ରପ୍ତାନୀ ହେଉଥିବା ଲୁହାପଥରରୁ ୧ହଜାର ୧୯ କୋଟି ୮୦ ଲକ୍ଷ ରାଜସ୍ୱ ଆଦାୟ ହୋଇଛି ।