ସୁନୀତାଙ୍କ ବିଳମ୍ବରେ ଫେରିବା ପାଇଁ ବାଇଡେନଙ୍କୁ ଦାୟୀ !

ମହାକାଶରୁ ସୁରକ୍ଷିତ ଫେରିଛନ୍ତି ସୁନୀତା ୱିଲିୟମସ ଓ ସହଯୋଗୀ ମହାକାଶଚାରୀ । ନାସା ଓ ସ୍ପେସ୍ ଏକ୍ସର ମିଶନକୁ ମିଳିଛି ବଡ ସଫଳତା । ତେବେ ଏହା ଭିତରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ବଡ ଅଭିଯୋଗ ଆଣିଛନ୍ତି ସ୍ପେସ୍ ଏକ୍ସର ମାଲିକ ଏଲନ ମସ୍କ । ସୁନୀତାଙ୍କ ବିଳମ୍ବରେ ଫେରିବା ପାଇଁ ସେ ସିଧାସଳଖ ଜୋ ବାଇଡେନଙ୍କୁ ଦାୟୀ କରିଛନ୍ତି । ମହାକାଶଚାରୀ ସୁନୀତା ୱିଲିୟମ୍ସ ସହଯୋଗୀ ବୁଚ ଆଇଏସଏସରୁ ୯ମାସ ପରେ ସଫଳତାର ସହ ପୃଥିବୀକୁ ଫେରିଛନ୍ତି । ଏହି ମିଶନକୁ ନାସାର କ୍ରୁ-୯ ଯାନ ଏବଂ ସ୍ପେସ ଏକ୍ସର ସାହାଯ୍ୟରେ ମହାକାଶଚାରୀଙ୍କ ପାଖକୁ ପଠାଯାଇଥିଲା । ସ୍ପେସ୍ ଏକ୍ସର ସିଇଓ ଏଲନ ମସ୍କ ମହାକାଶଚାରୀଙ୍କ ସଫଳ ପ୍ରତ୍ୟାବର୍ତ୍ତନ ପାଇଁ ନାସା ଓ ସ୍ପେସ୍ ଏକ୍ସ ଟିମକୁ ଧନ୍ୟବାଦ ଜଣାଇଛନ୍ତି ଏଥିସହ ମସ୍କ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ଏହି ଘଟଣାରେ ରାଜନିତୀର ରଙ୍ଗ ଲଗାଇଛନ୍ତି ଟ୍ରମ୍ପ ଏବଂ ମସ୍କ । ଗଣମାଧ୍ୟମକୁ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ,ମୁଁ ରାଷ୍ଟ୍ରପତି ହେବା ପରେ ମସ୍କଙ୍କୁ କହିଥିଲି ,ସୁନୀତା ଓ ବଚଙ୍କୁ ଫେରାଇ ଆଣିବାକୁ ପଡିବ ,ଯାହାକୁ ପୂର୍ବତନ ରାଷ୍ଟ୍ରପତି ବାଇଡେନ ଛାଡିଦେଇଥିଲେ । ବଚ ଓ ସୁନୀତା ସୁସ୍ଥ ହେଲେ ଓଭାଲ ଅଫିସ ବା ରାଷ୍ଟ୍ରପତି ଅଫିସକୁ ଆସିବେ । ହ୍ବାଇଟ ହାଉସ ସୋସିଆଲ ମିଡିଆରେ ଲେଖିଛି,ଯାହା କହିଥିଲୁ କରିଲୁ । ରାଷ୍ଟ୍ରପତି ଯାହା କହିଥିଲେ ତାହା କରିଦେଖାଇଲେ ,ନାସା -ସ୍ପେସ୍ ଏକ୍ସ ଓ ଏଲନ ମସ୍କଙ୍କୁ ଧନ୍ୟବାଦ ।