ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ
ସୁକିନ୍ଦା : ସୁକିନ୍ଦାଗଡ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ଯାତ୍ରା ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି । ସୁକିନ୍ଦାଗଡ ଜଗନ୍ନାଥ ମନ୍ଦିରରେ ୧୦ଘଟିକା ସମୟରେ ଦେବ ସ୍ନାନ ଯାତ୍ରା ଆରମ୍ଭ ହୋଇଥିଲା । ଜଗନ୍ନାଥ ମନ୍ଦିର ରନô ବେଦୀରୁ ଚତୁର୍ଦ୍ଧାମୂର୍ତି ଓହ୍ଲାଇ ଆସି ସ୍ନାନ ମଣ୍ଡପରେ ବିଜେ କରିବା ପରେ ଅଭିମନ୍ତ୍ରିତ ସୁବାସିତ ଜଳରେ ବ୍ରାହ୍ମଣ ସମାଜ ଦ୍ୱାରା ସ୍ନାନ କରାଯାଇଥିଲା । ଦିବା ୨ଘଟିକା ସମୟରେ ଶ୍ରୀବିଗ୍ରହ ମାନେ ମନୋରମ ହାତୀ ବା ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ମହାପ୍ରଭୁଙ୍କ ସ୍ନାନ ବିଧି ଦର୍ଶନ ପାଇଁ ବହୁ ଭକ୍ତ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ସୁକିନ୍ଦା ତହସିଲ ପକ୍ଷରୁ ସବୁକାର୍ଯ୍ୟ ସୁବନେ୍ଦାବସ୍ତ କରାଯାଇଥିଲା । ସୁକିନ୍ଦା ଦେବୋତ୍ତର ମୁଖ୍ୟ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ରାଜା ସାହେବ ଭୂଦେବ ଭୁପତି ହରିଚନ୍ଦନ ମହାପାତ୍ର, ସ୍ଥାନୀୟ ଶ୍ରଦ୍ଧାଳୁ, ଥାନା କର୍ମଚାରୀ ଓ ସ୍ଥାନୀୟ ବ୍ରାହ୍ମଣ ସମାଜ ସଦସ୍ୟ ଉପସ୍ଥିତଥିଲେ ।