ହାଇୱା ଓ ଟ୍ରାକ୍ଟର ଜବତ  

 ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଖଣି ବିଭାଗ ଉପ ନିଦେ୍ର୍ଦଶକ ବିଶ୍ୱନାଥ ସୋରେନ ଗୋଲାମୁଣ୍ଡା ବ୍ଲକ ପରିଦର୍ଶନ ସମୟରେ ଦୁଇଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିବାବେଳେ ଦୁଇଟି ପଥର ବୋଝେଇ ହାଇୱା ଓ ଦୁଇଟି ଟ୍ରାକ୍ଟର ଜବତ କରିଛନ୍ତି । ସେଥି ମଧ୍ୟରୁ ଦୁଇ ପଥର ବୋଝେଇ ଟ୍ରାକ୍ଟରକୁ ୧ ଲକ୍ଷ ଜୋରିମାନା ପକାଇ ଛାଡି ଦେଇଥିବା ବେଳେ ଦୁଇ ବାଲି ବୋଝେଇ ଟ୍ରାକ୍ଟର ଓ ଦୁଇ ପଥର ବୋଝେଇ ହାଇୱା ଗାଡିକୁ ଜବତ କରି କେଗାଁ ପୋଲିସରେ ଜିମା ଦେଇଥିବା ଶ୍ରୀ ସୋରେନ କହିଛନ୍ତି । ସୂଚନାରୁ ପ୍ରକାଶ ଜବତ ହୋଇଥିବା ଗାଡି ମାଲିକମାନଙ୍କ କୌଣସି ସୂଚନା ନ ମିଳିବାରୁ ପୋଲିସକୁ ତଦନ୍ତ ପାଇଁ ଦିଆଯାଇଛି । ପୋଲିସ ତଦନ୍ତ କରି ରିପୋର୍ଟ ଦେଲା ପରେ ଖଣି ବିଭାଗ ପକ୍ଷରୁ ଜୋରିମାନାର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।