ସଂସ୍କୃତି ଭବନ ଗରିମାକୁ ନଷ୍ଟ କରୁଛି ସିନେମା ହଲ୍
ଯାଜପୁର ସଦର : ମିଶନ ଶକ୍ତି ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବି କରିବାକୁ ପୂର୍ବ ସରକାର କୋଟି କୋଟି ଟଙ୍କାରେ ନିର୍ମିତ ପ୍ରକଳ୍ପକୁ ତାଙ୍କ ହାତକୁ ଟେକି ଦେଇଥିଲେ । ତନ୍ମଧ୍ୟରେ ଥିଲା ସଂସ୍କୃତି ଭବନ । ସଂସ୍କୃତି ଭବନ ମାଧ୍ୟମରେ ମିଶନଶକ୍ତି ମହିଳା ମାନେ ରୋଜଗାର ବଢାଇବାକୁ ସିନେମା ହଲ ଭାବେ ରୁପାନ୍ତରିତ କରାଯାଇଥିଲା । କିନ୍ତୁ ସିନେମା ହଲ ସଂସ୍କୃତି ଭବନର ଗାରିମା ନଷ୍ଟ କରୁଥିବାର ଅଭିଯୋଗ ବୁଦ୍ଧିଜୀବୀ ମହଲରେ ହେବାରେ ଲାଗିଛି । ସରକାର ବଦଳିବାର ବର୍ଷ ପୁରିଲାଣି ହେଲେ ଏଥିପ୍ରତି ଦୃଷ୍ଟି ଆକର୍ଷଣ ହେଉନାହିଁ । ପୂର୍ବ ସରକାରଙ୍କ ସମୟରେ ଜିଲାର ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ଅନୁଷ୍ଠାନର ଉନ୍ନୟନ ସହିତ ଉନ୍ମୋଚନ କାର୍ଯ୍ୟ ପାଇଁ ଯାଜପୁର ସଦର ମହକୁମାରେ ସଂସ୍କୃତି ଭବନଟି ନିର୍ମାଣ ହୋଇଥିଲା । ବିଡ଼ମ୍ବନ ସଂସ୍କୃତି ଭବନରେ ବିଭିନ୍ନ ପ୍ରକାରର ସିନେମା ପ୍ରଚଳନ ହେଉଛି । ଏହା ଏକ ପ୍ରକାରର ମିଶନ ଶକ୍ତି ସିନେମା ହଲ୍ରେ ପରିଣତ ହୋଇଗଲାଣି । ଏହାଦ୍ୱାରା ସଂସ୍କୃତି ଭବନ ନିଜର ଗାରିମା ହରାଇ ବସିଲାଣି । ଏହା କେତେଦୂର ଯୁକ୍ତିଯୁକ୍ତ ବୋଲି ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି । ବିଭିନ୍ନ ପ୍ରକାରର ସିନେମା ପ୍ରଚଳନ ହୋଇଥିବାରୁ ଯୁବକଯୁବତୀ ମାନଙ୍କର ପ୍ରବଳ ଭିଡ଼ ଜମୁଛି ଏବଂ ମିଶନଶକ୍ତି ମହିଳା ଆର୍ଥିକ କ୍ଷେତ୍ରରେ ଉନ୍ନତି କରିପାରୁଛନ୍ତି । ହେଲେ ସଂସ୍କୃତି ଭବନ ନିଜର ପରିଚୟ ହରାଉଛି ।