ମୁହଁ ଖୋଲିଲେ ଜଗନ୍ନାଥ ପ୍ରଧାନ, ଜାଣନ୍ତୁ କ’ଣ କହିଲେ
jagannath pradhan

ଭୁବନେଶ୍ୱର : ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ମୁହଁ ଖୋଲିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତିଯେ, ୩୪ ନମ୍ବର ୱାଡର଼୍ର ଜଣେ ସ୍ୱଚ୍ଛସାଥୀଙ୍କୁ ସଂପୃକ୍ତ ଅଧିକାରୀ ଖରାପ ବ୍ୟବହାର କରିଥିଲେ । ତାଙ୍କର ଜାତି ଉପରେ ବି ଆକ୍ଷେପ କରିଥିଲେ । ଏନେଇ ମୁଁ ରତ୍ନାକର ବାବୁଙ୍କ ସହ କଥା ହୋଇଥିଲି । ସେ ମୋତେ ଖରାପ ବ୍ୟବହାର କରିଥିଲେ । ସିଧାସଳଖ ପଚାରିଲେ, ତୁମେ କିଏ, ମୋତେ କାହିଁ ପଚାରୁଛ ? ଯେଉଁଥିପାଇଁ ଗୋଟିଏ ହାତରେ ତାଳି ବାଜେନାହିଁ ବୋଲି ମୁଁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲି ।