ବଢ଼ିଲା ୬୨ ମେଡ଼ିକାଲ ପିଜି ସିଟ୍‌

ବଢ଼ିଲା ୬୨ ମେଡ଼ିକାଲ ପିଜି ସିଟ୍‌

ନଡ୍ଡାଙ୍କୁ ମୋହନଙ୍କ କୃତଜ୍ଞତା

ଭୁବନେଶ୍ୱର : ରାଜ୍ୟର ୬ ସରକାରୀ ମେଡ଼ିକାଲ କଲେଜରେ ପିଜି ସିଟ୍‌ ସଂଖ୍ୟା ବୃଦ୍ଧି ପାଇଛି । ଆଉ ୬୨ ସିଟ୍‌ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁମତି ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତ୍ର ମାଧ୍ୟମରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପତ୍ରରେ ଉଲ୍ଳେଖ କରିଛନ୍ତିଯେ, ଏହା ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଏକ ମାଇଲଷ୍ଟୋନ୍‌ ହେବ । ସ୍ଥାନୀୟ ଅଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସୁବିଧା ମିଳିପାରିବ ।