ଚମ୍ପେଇ ସରକାରଙ୍କ ବଡ଼ ଘୋଷଣା : ୩ ମାସରେ ୪୦ ହଜାର ନିଯୁକ୍ତି,ଚାଷୀ ଋଣ ଛାଡ଼, ମାଗଣା ବିଜୁଳି
ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଛଅ ମାସ ବାକି ଅଛି। ଚଳିତ ବର୍ଷ ଶେଷରେ ଝାଡ଼ଖଣ୍ଡ ନିର୍ବାଚନ ହେବାକୁ ଯାଉଛି। ତେଣୁ ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟରେ ଚମ୍ପେଇ ସରକାର ନିର୍ବାଚନୀ ଘୋଷଣା ଆରମ୍ଭ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ ରାଜ୍ୟରେ ୧୨୫ ୟୁନିଟ ମାଗଣା ବିଜୁଳିକୁ ୨୦୦ କରିବାକୁ ନିଷ୍ପତି ନେଇଛନ୍ତି। ଏହାସହିତ ରାଜ୍ୟ ସରକାର ଯୁବକଙ୍କଠାରୁ ଆରମ୍ଭ କରି ମହିଳା ଏବଂ କୃଷକ ପର୍ଯ୍ୟନ୍ତ ବଡ଼ ଘୋଷଣା କରିଛନ୍ତି।
ବିଜୁଳି ବିଲ୍ ବୋଝକୁ ଦୂର କରିବା ସହିତ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଯେ, ଭୁଲ ବିଲ୍ ଛାଡ କରିବା ପାଇଁ। ସେହିପରି ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷକଙ୍କ ଋଣ ଛାଡ କରିବା ସହିତ ୫୦ ବର୍ଷରୁ ଉର୍ଦ୍ଧ ଏବଂ ୨୫ ବର୍ଷରୁ କମ୍ ବୟସ୍କ ମହିଳାଙ୍କୁ ସରକାର ଆର୍ଥିକ ସହଯୋଗ ପ୍ରଦାନ କରିବେ।
ଏହି ଅବସରରେ ତିନି ମାସ ମଧ୍ୟରେ ୪୦ ହଜାର ଯୁବଗୋଷ୍ଠୀଙ୍କୁ ସେ ସରକାରୀ ନିଯୁକ୍ତି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ନିଯୁକ୍ତି ପ୍ରକ୍ରିୟାକୁ କ୍ରିୟାଶୀଳ କରାଇବାକୁ ସେ ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା କହିଛନ୍ତ। ଏହା ସହିତ ରାଜ୍ୟରେ ଥିବା ବିଭିନ୍ନ କମ୍ପାନୀ ଗୁଡିକରେ ୭୫% ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି କରାଇବା ପାଇଁ ମଧ୍ୟ ସରକାର ଅଭିଯାନ ଆରମ୍ଭ କରିବେ। ସରକାର ଏଥିପାଇଁ ନିୟମ କରିଛନ୍ତି ଏବଂ ଏବେ ଏହାକୁ ଲାଗୁ କରିବାକୁ ଅଭିଯାନ ଆରମ୍ଭ କରିବେ।