ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କୁ ଆକ୍ରମଣ

ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କୁ ଆକ୍ରମଣ

ଭୁବନେଶ୍ବର: ଝାରପଡ଼ା ଜେଲ୍‌ ମଧ୍ୟରେଗ୍ୟାଙ୍ଗଷ୍ଟର୍‌ ହାଇଦର୍‌ର ପୁଅ ମୁନା ଗ୍ୟାଙ୍ଗ୍‌ ଓ ଅନ୍ୟ କଏଦୀମାନେ ଜଣେ ବିଚାରାଧୀନ କଏଦୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଠକେଇ ସମେତ ଅନ୍ୟ ୫ ମାମଲାରେ ବିଚାରାଧୀନ ବନ୍ଦୀ ଭାବେ ଜେଲ୍‌ରେ ଥିବା କଟକର ସୌମ୍ୟ ମହାନ୍ତି ଏହି ଆକ୍ରମଣର ଶିକାର ହୋଇଛନ୍ତି। ସୌମ୍ୟଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଜେଲ୍‌ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧା ବଢ଼ିଛି। ଜେଲ୍‌ର ସୁରକ୍ଷା ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠିଥିବା ବେଳେ ଦାୟିତ୍ବ ଖସାଇବାକୁ କର୍ତ୍ତୃପକ୍ଷ ତଳିଆ କର୍ମଚାରୀଙ୍କୁ କୈଫିୟତ ମାଗିଥିବା ଜଣାପଡ଼ିଛି। ସେହିଭଳି ଲକ୍ଷ୍ମୀସାଗର ଥାନାରେ ମଧ୍ୟ ଅଭିଯୋଗ କରାଯାଇଛି।
ଏହି ଘଟଣାକୁ ନେଇ ଜେଲ୍‌ ବିଭାଗର ଉପର ସ୍ତରରେ ହଇଚଇ ସୃଷ୍ଟି ହୋଇଛି। ଜେଲ୍‌ ଏଡିଜି ଅମିତାଭ ଠାକୁର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। 

 ଝାରପଡ଼ା ଜେଲରେ ବିଚାରାଧିନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ଆକ୍ରମଣ ଘଟଣାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ । ଜେଲ୍‌ ଭିତରେ କଏଦୀଙ୍କ ସୁରକ୍ଷାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଜେଲ୍‌ର କିଛି ଅଧିକାରୀ ବି ଏଥିରେ ସାମିଲ ଥିବା ଅଭିଯୋଗ ହେଉଛି। ଏହି ଘଟଣାକୁ ନେଇ ତମ୍ବିତୋଫାନ ଆରମ୍ଭ ହୋଇଥିବା ବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜେଲ୍ ବିଭାଗ ଏଡିଜି ଅମିତାଭ ଠାକୁର। କଟକ ଡିଭିଜନ୍ ଡିଆଇଜି ଅନୁସୟା ଜେନା ଏହି ମାମଲାର ତଦନ୍ତ କରିବେ।

କେମିତି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ଝାରପଡ଼ା ଜେଲ୍‌ ଯାଇ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ଡିଆଇଜି ଅନୁସୟା ଜେନା।ଜେଲର ଗୁମର ଫିଟାଇବାରୁ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତାଙ୍କ ଗ୍ୟାଙ୍ଗ ବିଚାରାଧୀନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି।