ପ୍ରକାଶ ପାଇଲା ଜେଇଇ ଆଡଆନ୍ସଡ୍ ୨୦୨୪ ପରୀକ୍ଷା , ଟପର୍ ହେଲେ ବେଦ ଲୋହିତ

ପ୍ରକାଶ ପାଇଲା ଜେଇଇ ଆଡଆନ୍ସଡ୍ ୨୦୨୪ ପରୀକ୍ଷା , ଟପର୍ ହେଲେ ବେଦ ଲୋହିତ

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ଆଇଆଇଟି ମାଦ୍ରାସ ପକ୍ଷରୁ ରବିବାର ଜେଇଇ ଆଡଭାନ୍ସଡ ୨୦୨୪ର ପରୀକ୍ଷା ଫଳ ଜାରି କରିଛି। ଛାତ୍ରଛାତ୍ରୀମାନେ ଅଫିସିଆଲ ଓ୍ବେବସାଇଟ jeeadv.ac.in ଲଗ୍ ଇନ୍ କରି ନିଜର ପରୀକ୍ଷାଫଳ ଯାଞ୍ଚ୍ କରିପାରିବେ।

୩୬୦ରୁ ୩୫୫ ମାର୍କ ରଖି ଅଲ୍ ଇଣ୍ଡିଆ ଟପ୍ପର ହୋଇଛନ୍ତି ଦିଲ୍ଲୀ ଆଇଆଇଟି ଜୋନ୍‌ର ବେଦ ଲୋହିତ । ଆଇଆଇଟି ବମ୍ବେ ଜୋନର ଦ୍ୱିଜା ଧର୍ମେଶକୁମାର ପଟେଲ ବାଳିକାମାନଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି। ସେ ୩୬୦ ରୁ ୩୩୨ ମାର୍କ ହାସଲ କରିଛନ୍ତି ।

ସୂଚନା ଅନୁଯାୟୀ ୧୮୦,୨୦୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୨୪୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। କୃତ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭,୯୬୪ ଜଣ ଛାତ୍ରୀ ଅଛନ୍ତି।