ଓଡ଼ିଶା ଫେରୁଛି ‘ଜିନତ’

ଭୁବନେଶ୍ୱର : ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଗାଡ଼ିରେ ଫେରୁଛି ବାଘୁଣୀ ‘ଜିନତ’ । ଆଲିପୁର ଚିଡ଼ିଆଖାନାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଅଣାଯାଉଛି। ମଧ୍ୟରାତ୍ରି ସୁଦ୍ଧା ‘ଜିନତ’ ଶିମିଳିପାଳ ପହଞ୍ଚିବା ଆଶା କରାଯାଉଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) ର ହସ୍ତକ୍ଷେପ ପରେ ପଶ୍ଚିମବଙ୍ଗ ଜଙ୍ଗଲ ବିଭାଗ ଦ୍ୱାରା ବାଘୁଣୀ ଜିନ ଓଡିଶାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣକୁ ସ୍ଥାନାନ୍ତର କରାଯାଇଛି।
ସରକାରୀ ସୂତ୍ରରୁ ପ୍ରକାଶ ଯେ ଏକ ସ୍ୱତନ୍ତ୍ର ଗାଡିରେ ପଡୋଶୀ ରାଜ୍ୟର ଏକ ଟିମ୍ ‘ଜିନତ’କୁ ଆଲିପୁର ପ୍ରାଣୀ ଉଦ୍ୟାନରୁ ସିମିଳିପାଳକୁ ସ୍ଥାନାନ୍ତର କରୁଛନ୍ତି। ତିନି ବର୍ଷର ବାଘୁଣୀ ମଧ୍ୟରାତ୍ରି ସୁଦ୍ଧା ଶିମିଳିପାଳରେ ପହଞ୍ଚିବାର ସମ୍ଭାବନା ରହିଛି। ଏଠାରେ ପହଞ୍ଚିବା ପରେ ଜିନତ’ ଶିମିଳିପାଳ ଦକ୍ଷିଣ ବିଭାଗ ଅଧୀନରେ ଏନକ୍ଲୋଜରରେ ରଖାଯିବ।
ଗତକାଲି ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନରେ ଥିବା NTCA ପଶ୍ଚିମବଙ୍ଗର ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନଙ୍କୁ ଟାଇଗର ସଂରକ୍ଷଣ ପ୍ରାଧିକରଣର SOP ର ପ୍ରକ୍ରିୟା ପରେ ଶୀଘ୍ର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣକୁ ସ୍ଥାନାନ୍ତର କରିବାକୁ କହିଥିଲେ।