‘ସାମ୍ବାଦିକଟିଏ ମାଟି ମନସ୍କ ହେଲେ ସମସ୍ୟାର ସମାଧାନ ହୋଇପାରିବ’
ଆନନ୍ଦପୁର: ସାମ୍ବାଦିକ ହେଉଛନ୍ତି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ । ଲୋକଙ୍କ ସହିତ ଯୋଡି ହୋଇ ସେମାନଙ୍କ ସମସ୍ୟାକୁ ସମାଧାନ କରିବା ଗୋଟିଏ ସାମ୍ବାଦିକର ଗୁରୁଦାୟିତ୍ୱ । ତେଣୁ ସାମ୍ବାଦିକ ଟିଏ ମାଟି ମନସ୍କ ଚିନ୍ତାଧାରାରେ ଚାଲିଲେ ସରଳ ଭାବେ ସବୁ ସମସ୍ୟାର ସଠିକ ସମାଧାନ ହୋଇପାରିବ ବୋଲି ଆନନ୍ଦପୁର ପ୍ରେସ କ୍ଲବର ଚତୁର୍ଥ ସନ୍ଧ୍ୟାରେ ସାମ୍ବାଦିକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏପରି ଭାବେ ମତ ରଖିଥିଲେ ।
୍ରଅଧ୍ୟାପକ ବିଜୟ ସାହୁଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ଆନନ୍ଦପୁରକୁ ରେଳପଥ ସଂଯୋଗରେ ସରକାରଙ୍କ ଟାଳଟୁଳ ନୀତି ପ୍ରସଙ୍ଗ କଥା ଉଠାଇଥିଲେ । ଅନ୍ୟତମ ଅତିଥିଭାବେ ସାମ୍ବାଦିକ ଅର୍ଦ୍ଧନ୍ଦୁ ଦାସ, ଓଡ଼ିଶା ସାମ୍ବାଦିକ ସଂଘ ସଭାପତି କୈଳାସ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମଙ୍ଗୁଳି ଚରଣ ସାହୁ, ବନମାଳୀ ସାହୁ, କେଦାର ନାଥ, ଶ୍ରୀଧର ସାହୁ, କୃଷ୍ଣଚନ୍ଦ୍ର ସେଠୀ, ହେମନ୍ତ ଦଳେଇ, କୈଳାସ କୁଅଁର, ସୁବାସ ଘୋଷ, ସରତ ନାୟକ ଏବଂ ବାଇଧର ସାହୁ ପ୍ରମୁଖଙ୍କୁ କ୍ଲବ ପକ୍ଷରୁ ଅତିଥୀ ମାନେ ସମ୍ବର୍ଦ୍ଧନା କରିଥିଲେ । କାର୍ଯ୍ୟକ୍ରମରେ ସମ୍ପାଦକ ସନ୍ତୋଷ ରାଉତ, ସଦସ୍ୟ ନାରାୟଣ ପଣ୍ଡା, ସୁବାସ ଚନ୍ଦ୍ର ମହାନ୍ତି, ଶତ୍ରୁଘ୍ନ ସାହୁ, କିଶୋର ଆଚାର୍ଯ୍ୟ, ମାନସ ହୋତା, ଦିଲ୍ଲୀପ ମିଶ୍ର, ସ୍ୱପ୍ନେଶ୍ୱର ପଣ୍ଡା, ସତ୍ୟଜିତ ସାହୁ, ଗୋପାଳ ରାଉତ, ଶ୍ରୀକୁମାର ମିଶ୍ର, ଉପେନ୍ଦ୍ର ସାହୁ, ଭାଗିରଥୀ ଦାଶ, ଗତିକୃଷ୍ଣ ଭୂୟାଁ, ରାଜୀବ ଜେନା, ରାଜେନ୍ଦ୍ର ଦାଶ, ମୋହନ ସାହୁ, ଉମାକାନ୍ତ ସାହୁ, ସ୍ମୁତିରଞ୍ଜନ ଭୂୟାଁ ରାଜକିଶୋର ସାହୁ, କୈଳାଶ ଚନ୍ଦ୍ର ନାୟକ, ଲିଟୁ ହଜାରୀଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।