ଜରି ପଞ୍ଚାୟତ ଭତ୍ତା ଦୁର୍ନୀତି; ହିତାଧିକାରୀଙ୍କୁ ନ୍ୟାୟ ଦେବାକୁ ହାଇକୋର୍ଟଙ୍କ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ 

 ଯାଜପୁର : ବିଞ୍ଝାରପୁର ବ୍ଲକର ଜରି ପଞ୍ଚାୟତରେ ହୋଇଥିବା ଭତ୍ତା ଦୁର୍ନୀତି ପେଡ଼ି ଖୋଲିବ । ମାନ୍ୟବର ହାଇକୋର୍ଟ ଜିଲାପାଳଙ୍କୁ ହିତାଧିକାରୀଙ୍କୁ ନ୍ୟାୟ ଦେବାକୁ କରିଥିବା ନିଦେ୍ର୍ଦଶ ନାମା ପରେ ଏଭଳି ଚର୍ଚ୍ଚା କେବଳ ଜରି ନୁହେଁ ସମଗ୍ର ବିଞ୍ଝାରପୁର ବ୍ଲକରେ ଆରମ୍ଭ ହୋଇଯାଇଛି । ଆସନ୍ତା ୪ସପ୍ତାହ ମଧ୍ୟରେ ଅନୁସନ୍ଧାନ ସାରି ହିତାଧିକାରୀଙ୍କୁ ନ୍ୟାୟ ଦେବାକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ସମୟସୀମା ଧାର୍ଯ୍ୟ କରିଛନ୍ତି । ଖବର ଥାଉକି ଜରିର ଶତାଧିକ ବିଧବା, ଶାରୀରିକ ଅକ୍ଷମ, ବୃଦ୍ଧ, ବୃଦ୍ଧା ହିତାଧିକାରୀଙ୍କୁ ନୂତନ ଭତ୍ତା ଟଙ୍କା ବ୍ଲକ କର୍ତ୍ତୃପକ୍ଷ ୨୦୨୨ ସେପ୍େଟମ୍ବର ମାସରେ ପ୍ରଦାନ କଲା ବେଳେ ଚଞ୍ଚକତା କରି ପ୍ରତି ହିତାଧିକାରୀଙ୍କୁ ମାତ୍ର୨୫୦୦ ଓ ୧୫୦୦ କରି ଟଙ୍କା ଦେଇ ଅବଶିଷ୍ଟ ୩୫୦୦ଟଙ୍କା ଓ ୧୫୦୦ଟଙ୍କା ମୋଟ ପ୍ରାୟ ୧୨ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟିନେଇଥିବାର ଗୁରୁତର ଅଭିଯୋଗ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ବିଡ଼ିଓଙ୍କୁ ଲିଖିତ ଭାବେ ପ୍ରଦାନ କରାଯାଇଥିଲା । କିନ୍ତୁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଜାଣି ଶୁଣି ଏଥିପ୍ରତି କର୍ଣ୍ଣପାତ ନକରିବାରୁ ଜରି ଗ୍ରାମର ଭତ୍ତା ହିତାଧିକାରୀ ପ୍ରଦୀପ ସାମଲ, ଦାମୋଦର ମଳିକ, ବାସନ୍ତୀଲତା ଦାଶ, ଆଲ୍ଲାଦିନି ସାମଲ ଓ ଇନ୍ଦୁମତି ସାମଲ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଏକ ରିଟ ପିଟିସନ ଦାଖଲ କରିଥିଲେ । ଯାହାର ନମ୍ବର-ଡ଼ବ୍ଲୁପି(ସି)-୨୨୩୪୬/୨୫ ଅଟେ । ଗତ ୧୯ତାରିଖରେ ମାନ୍ୟବର ହାଇକୋର୍ଟ ଉକ୍ତ ମାମଲା ବିଚାର କରି ତୁରନ୍ତ ଭତ୍ତା ହୋତାଧିକାରୀଙ୍କ ଅଭିଯୋଗକୁ ନିରପେକ୍ଷ ତଦନ୍ତ କରି ସେମାନଙ୍କ ବକେୟା ମାସର ଭତା ଅର୍ଥରାଶି ପ୍ରଦାନ କରିବାକୁ ବିହିତ ପଦକ୍ଷେପ ନେବାକୁ ଯାଜପୁର ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ମାମଲାକୁ ଉଚ୍ଚ ନ୍ୟାୟାଳୟର ଆଡ଼ଭୋକେଟ ବିଜୟ କୁମାର ବେହେରା ପରିଚାଳନା କରିଥିଲେ । ସୂଚନାଯୋଗ୍ୟ ଯେ, ବିଞ୍ଝାରପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଭତ୍ତା ଦୁର୍ନୀତିରେ ସଂପୃକ୍ତ ଥିବା ତକôାଳୀନ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଧର୍ମେନ୍ଦ୍ର ସାହୁ କାର୍ଯ୍ୟରୁ ନିଲମ୍ବିତ ହେବା ପରେ ମଧ୍ୟ ତାଙ୍କ ବିଭାଗର ଗୁରୁତ୍ୱପୂର୍ଣ କାଗଜପତ୍ର ଆଦି ନୂତନ ଭାବେ ଯୋଗଦେଇଥିବା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଏଯାଏ ପ୍ରଦାନ କରିନଥିବାର ଅଭିଯୋଗ ବିଡ଼ିଓ ହିତାଂଶୁ ସାମଲ ଗତ କିଛି ମାସ ପୂର୍ବେ ଲିଖିତ ଭାବେ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ ବି ଉପଜିଲ୍ଲାପାଳ ତାଙ୍କ ଠାରୁ ବ୍ଲକର କାଗଜପତ୍ର ଅଦ୍ୟାବଧି ନଆଣିବାକୁ ନେଇ କେଉଁଠି ନା କେଉଁଠି ଏହା ପଛରେ ଗୃଢ ରହସ୍ୟ ଲୁଚି ରହିଥିବାର ସନେ୍ଦହ ଉପୁଜିଛି ।