‘ବୁଡ଼ି ଯାଉଥିବା ଧର୍ମ ଉଦ୍ଧାର ହେବା ଦରକାର’
ଟମକା: ସନାତମ ଧର୍ମ, ସନାତନ ଶାସ୍ତ୍ର, ବେଦ ବେଦାନ୍ତ ସହ ଦର୍ଶନ ହେଉଛି ସମଗ୍ର ବିଶ୍ୱ ସମୁଦାୟର ସୃଷ୍ଟି କର୍ତ୍ତା । ଏଣୁ ଧର୍ମ ଓ ଇଶ୍ୱରଙ୍କ ପ୍ରତି ଆମ ସମସ୍ତଙ୍କର ଋଚି ରହିବା ଦରକାର । କିନ୍ତୁ ସାମ୍ପ୍ରତିକ ସମାଜରେ ଧର୍ମ ଏବେ ରସାତଳଗାମୀ ହେବାରେ ଲାଗିଛି । ଏହାର ଉଦ୍ଧାର ହେବାର ଆବଶ୍ୟକତା ରହିଛି ବୋଲି ଦାନଗଦୀ ବ୍ଲକ୍ ଅଲେଖପୁର ଗ୍ରାମର ୮ମ ବାର୍ଷିକ ଲକ୍ଷ୍ମୀ ନାରାୟଣ ପୂଜା ମହୋତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ମତବ୍ୟକ୍ତ କରିଛିନ୍ତି ଭାରତୀୟ ଆଦିତ୍ୟ ବାହିନୀର ସଭାପତି ତଥା ଜଗନ୍ନାଥ ଗବେଷକ ପଣ୍ଡିତ ମାତୃପ୍ରସାଦ ମିଶ୍ର । ବରିଷ୍ଠ ଶିକ୍ଷାବିତ୍ ଅକ୍ଷୟ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବର୍ଣାଢ୍ୟ କାର୍ଯ୍ୟକ୍ରମରେ ଅନ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ କେନ୍ଦ୍ରାପଡାର ପ୍ରାକ୍ତନ ଜିଲାପାଳ ଧରଣୀଧର ନାଥ, ପ୍ରଫେସର ଦାମୋଦର ବେହେରା, ଓଡିଶାର ଦୌଡରାଣୀ ଦୂତୀ ଚାନ୍ଦ ପ୍ରମୁଖ ଯୋଗଦାନ କରି ଧର୍ମ ଓ ସଂସ୍କୃତି ଉପରେ ନିଜ ନିଜର ମତପୋଷଣ କରିଥିଲେ । ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ରଣଜିତ ରାଉତ, ବରିଷ୍ଠ ମଞ୍ଚ ଉପସ୍ଥାପକ ବାବାଜୀ ଚରଣ ଜେନା ମଂଚ ପରିଚାଳନା କରିଥିବା ବେଳେ ଏହି ଅବସରରେ ଯୋଗଦାନ କରିଥିବା ସମସ୍ତ ଅତିଥିଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।