ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ
ବ୍ୟାସନଗର: ସାପଗଡ଼ିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ପରିଚାଳନା କମିଟିର ଉପ-ସଭାପତି ଶେକ୍ ମତ୍ଲୁବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ମହାପାତ୍ର ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଂର୍ପକରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କମିଟିର ଉପଦେଷ୍ଟା ତପନ କୁମାର ନାୟକ ଉଦ୍ଘାଟନ କରିଥିଲେ । ଅତିଥି ଭାବେ କୋରେଇ ମଣ୍ଡଳ ଶିକ୍ଷାଧିକାରୀ ସୁଦର୍ଶନ ମଲ୍ଲିକ, ଉଦୟବଟର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ଶିକ୍ଷାବିତ୍ ରମେଶ ଚନ୍ଦ୍ର ଜେନା ଓ ଶିକ୍ଷାବିତ୍ ସନ୍ଧ୍ୟାରାଣୀ ଘଡ଼ାଇ ପ୍ରମୁଖଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷୟିତ୍ରୀ ଲଳିତା ପତି, ନମିତା ଘଡ଼ାଇ, ଧର୍ମେନ୍ଦ୍ର କୁମାର ରାଉତ, ସାବିତ୍ରୀ ସାହୁ, ସୁକାନ୍ତି ଦାଶ, ଶୁଭ୍ରାରାଣୀ ପାତ୍ର, ସୁବାସ ବଳ ପରୀକ୍ଷା, ବିଶ୍ୱଜୀତା ରଥ, ସୁନନ୍ଦା ନାୟକ, ବିଦୁ୍ୟତ୍ଲତା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ପ୍ରତିମା ମଂଜରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।