ଜଷ୍ଟିସ୍‌ ସଂଜୀବ ଖାନ୍ନା ହେବେ ସିଜେଆଇ

justice sanjib khanna

ଜଷ୍ଟିସ୍‌ ସଂଜୀବ ଖାନ୍ନା ହେବେ ସିଜେଆଇ

ନୂଆଦିଲ୍ଲୀ : ଜଷ୍ଟିସ ସଂଜୀବ ଖାନ୍ନା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ  । ସୁପ୍ରିମକୋର୍ଟର ସେ ଏବେ ବରିଷ୍ଠ ବିଚାରପତି ଥିବାବେଳେ ତାଙ୍କୁ ପ୍ରଧାନ ବିଚାରପତି କରିବା ପାଇଁ ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ ଆଇନ୍‌ ମନ୍ତ୍ରଣାଳୟକୁ ପତ୍ର ଲେଖିଛନ୍ତି  ।

ସେ ପତ୍ରରେ ଉଲ୍ଲେଖ କରିଛନ୍ତିଯେ, ଏବେ ଜଷ୍ଟିସ୍‌ ଖାନା ହେଉଛନ୍ତି ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି  । ତେଣୁ ତାଙ୍କୁ ପରବର୍ତ୍ତୀ ସିଜେଆଇ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି  । ପ୍ରଧାନ ବିଚାରପତି ସର୍ବଦା ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନାମ ସୁପାରିଶ୍‌ କରିଥା’ନ୍ତି  । ନଭେମ୍ବର ୧୦ରେ ଚନ୍ଦ୍ରଚୁଡ଼ଙ୍କ କାର୍ଯ୍ୟକାଳ ଶେଷ ହେଉଛି  । କେନ୍ଦ୍ର ସରକାର ଅନୁମୋଦନ ଦେବା ପରେ ବିଧିବଦ୍ଧ ଭାବେ ଜଷ୍ଟିସ୍‌ ସଂଜୀବ ଖାନ୍ନାଙ୍କ ନାମ ଉପରେ ମୋହର ଲାଗିବ  ।