କେରଳ ନର୍ସଙ୍କ ମୃତ୍ୟୁ ଦଣ୍ଡକୁ ୟେମେନ ରାଷ୍ଟ୍ରପତିଙ୍କ ଅନୁମୋଦନ, ଭାରତ ରଖିଲା ପ୍ରତିକ୍ରିୟା

ୟେମେନରେ ଜଣେ ନାଗରିକଙ୍କ ହତ୍ୟା ମାମଲାରେ କେରଳର ନର୍ସ ନିମିଷା ପ୍ରିୟାଙ୍କୁ ସେଠାରେ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ନିମିଷାଙ୍କ ପରିବାର ନିଜ ଝିଅକୁ ବଞ୍ଚାଇବାକୁ ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି। ହେଲେ ସୋମବାର ୟେମେନ ରାଷ୍ଟ୍ରପତି ଅଲ-ଅଲିମି ନିମିଷାଙ୍କ ମୃତ୍ୟୁ ଦଣ୍ଡକୁ ଅନୁମୋଦନ କରିବା ପରେ ପରିବାରର ସବୁ ଆଶା ମଉଳି ଯାଇଛି। ଏପଟେ ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିମିଷାଙ୍କୁ ବଞ୍ଚାଇବାକୁ ତାଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଥିବା କୁହାଯାଇଛି।