ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପଛରେ ମନୁଷ୍ୟକୃତ ତ୍ରୁଟି

ନୂଆଦିଲ୍ଲୀ : ଯାନ୍ତ୍ରୀକ ତ୍ରୁଟି ନୁହେଁ, ମନୁଷ୍ୟକୃତ ତ୍ରୁଟି ଯୋଗୁ ୩ ବର୍ଷ ପୂର୍ବେ ଦେଶର ପ୍ରଥମ ସିଡିଏସ  ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗତକାଲି ସଂସଦରେ ଉପସ୍ଥାପିତ ହୋଇଥିବା ଷ୍ଟାଣ୍ଡିଂ କମିଟି ଅନ୍ ଡିଫେନ୍ସ ରିପୋର୍ଟରେ ପ୍ରକାଶ ପାଇଛି ଏପରି ଚାଞ୍ଚଲ୍ୟକର ତଥ୍ୟ । ୨୦୨୧ ମସିହା ଡିସେମ୍ବର ୮ ତାରିଖରେ ଜେନେରାଲ୍ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ତାମିଲନାଡୁର କୁନୁରଠାରେ କ୍ରାଶ ହୋଇଥିଲା । ଏଥିରେ ସିଡିଏସ୍ ରାୱତ ଓ ତାଙ୍କ ପନôୀ ମଧୁଲିକାଙ୍କ ସମେତ ୧୪ ଜଣ ପ୍ରାଣ ହରାଇଥିଲେ । 
୧୩ତମ ଡିଫେନ୍ସ ପ୍ଲାନ୍ ପିରିୟଡ ମଧ୍ୟରେ ଘଟିଥିବା ବିମାନ ଦୁର୍ଘଟଣା ସମ୍ପର୍କରେ ଗତକାଲି ସଂସଦରେ ଷ୍ଟାଣ୍ଡିଂ କମିଟି ସମ୍ମୁଖରେ ରିପୋର୍ଟ ପ୍ରକାଶ ପାଇଥିଲା । ଏଥିରେ ସମୁଦାୟ ୩୪ଟି ଦୁର୍ଘଟଣା ତଥା ତାହାର କାରଣ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଯେଉଁଥିରେ ୨୦୨୧-୨୨ରେ ଘଟିଥିବା ୯ଟି ଏବଂ ୨୦୧୮-୧୯ରେ ୧୧ଟି ବାୟୁସେନା ବିମାନ ଦୁର୍ଘଟଣା ଘଟିଛି । ଉକ୍ତ ରିପୋର୍ଟରେ ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ହେବାର କାରଣ ଉଲ୍ଲେଖ ଥିବା ବେଳେ ତାହା ମନୁଷ୍ୟକୃତ ବୋଲି ଉଲ୍ଲେଖ ଅଛି । ରିପୋର୍ଟରେ କୁହାଯାଇଛି ଯେ, ଏହି ଅନୁସନ୍ଧାନ କମିଟିଗୁଡିକର ରିପୋର୍ଟ ଦୁର୍ଘଟଣାର ପୁନରାବୃତ୍ତି ରୋକିବା ଉଦେ୍ଦଶ୍ୟରେ କରାଯାଇଥାଏ । ବାୟୁସେନା ପକ୍ଷରୁ ଏହାର ତଦନ୍ତ କରାଯାଇଥିବା ବେଳେ ବାୟୁସେନା ମୁଖ୍ୟଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ପ୍ରତିକାର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ବାଧ୍ୟତାମୂଳକ ଅଟେ । 
ମାତ୍ର ଦୁର୍ଘଟଣା ପରେ ପରେ ହୋଇଥିବା ତଦନ୍ତ ରିପୋର୍ଟରେ ସିଡିଏସ୍ଙ୍କ ହେଲିକପ୍ଟର ଖରାପ ପାଗ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଇଥିଲା । ସେତେବେଳେ ପ୍ରକାଶିତ ରିପୋର୍ଟରେ ଯାନ୍ତ୍ରିକ ତ୍ରୁଟି, ଅସାବଧାନତା କିମ୍ବା ଷଡଯନ୍ତ୍ର ଅଭିଯୋଗକୁ ଖଣ୍ଡନ କରାଯାଇଥିଲା । ରିପୋର୍ଟରେ କୁହାଯାଇଥିଲା ଯେ ହଠାତ୍ ପାଗରେ ପରବର୍ତ୍ତନ ଆସିବାରୁ ହେଲିକପ୍ଟରଟି ମେଘ ଖଣ୍ଡ ମଧ୍ୟରେ ପ୍ରବେଶ କରି ଯାଇଥିଲା । ମେଘ ଖଣ୍ଡ ଯୋଗୁ ପାଇଲଟ ଜଣଙ୍କ ଆଉ କିଛି ଦେଖିପାରି ନଥିଲେ । ଫଳରେ ସେ ସଂପୂର୍ଣ୍ଣ ଭାବେ ହଡବଡେଇ ଯାଇଥିଲେ ଓ ହେଲିକପ୍ଟଟରି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ତଦନ୍ତ ବେଳେ ହେଲିକପ୍ଟର ଡାଟା ରେକର୍ଡ ଓ କକପିଟ୍ ଭଏସ୍ ରେକର୍ଡର ତର୍ଜମା କରାଯାଇଥିଲା । ହେଲିକପ୍ଟର ଦୁର୍ଘଟଣା ପଛରେ କୌଣସି ଯାନ୍ତ୍ରିକ ତ୍ରୁଟି, ଷଡଯନ୍ତ୍ର କିମ୍ବା ଅବହେଳା ଅଭିଯୋଗକୁ ସେତେବେଳେ