କଳିଙ୍ଗ ସାହିତ୍ୟ ମହୋତ୍ସବରେ ଲେଖିକା ସରିତା ମିଶ୍ର

ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟର କଳାଭୂମି ଠାରେ କଳିଙ୍ଗ ସାହିତ୍ୟ ମହୋସôବ କୋଣ ଅନୁଷ୍ଠିତ ହୋଇଛି । ଏହି ଅବସରରେ, "ସମ୍ବଲପୁରୀ ଇକତସ୍: ଦି ମାଷ୍ଟରପିସ୍' ପୁସ୍ତକର ଲେଖିକା ସରିତା ମିଶ୍ରଙ୍କ ସହିତ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ମଧୁଛନ୍ଦା ବଳ ଏହି କାର୍ଯ୍ୟକ୍ରମରେ ମଧ୍ୟସ୍ଥତା କରିଥିଲେ ।     ଲେଖିକା ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ ଇକତ ଶବ୍ଦ ମାଲେସିଆର ମଙ୍ଗିକାତ ଶବ୍ଦରୁ ଉତ୍ପନ୍ନ ହୋଇଛି । ଐତିହାସିକ ମାନଙ୍କ ମତରେ, ୧୧୯୨ରେ ଯେତେବେଳେ ମୋଗଲମାନଙ୍କ ଦ୍ୱାରା ଚୌହାନ ସାମ୍ରାଜ୍ୟର ପତନ ହେଲା, ସେତେବେଳେ ଭୁଲିଆ ସମ୍ପ୍ରଦାୟର ଲୋକେ ଉତ୍ତର ଭାରତରୁ ପଳାୟନ କରିବା ଦ୍ୱାରା ଏହି କଳା ପଶ୍ଚିମ ଓଡିଶାକୁ ସ୍ଥାନାନ୍ତରିତ ହୋଇଥିଲା  । ସମ୍ବଲପୁରୀ ଇକତସ୍ର ବାନ୍ଧ ପ୍ରକ୍ରିୟା ଅତ୍ୟନ୍ତ ସମୟ ଏବଂ ଶ୍ରମ ସାପେକ୍ଷ । ଏହି ଅନନ୍ୟ କୃତିକୁ ପ୍ରସ୍ତୁତ କରିବା ପାଇଁ ନିପୁଣ କୌଶଳ ଏବଂ ଚମକôାର କାରୁକାର୍ଯ୍ୟର ଆବଶ୍ୟକତା ରହିଛି । ଇକତସ୍ ବୁଣିବାରେ ବ୍ୟବହୃତ ଢାଞ୍ଚାଗୁଡ଼ିକ ପ୍ରାୟତଃ ପୁରାଣ ସହିତ ଜଡିତ ଯଥା ଶଙ୍ଖ, ଚକ୍ର, ପଦ୍ମ, ସ୍ୱସ୍ତିକ, ରୁଦ୍ରାକ୍ଷ, ମହାଲକ୍ଷ୍ମୀ ଯନ୍ତ୍ର, ହାତୀ, ଦୀପ ଇତ୍ୟାଦି । ସେ କହିଲେ ଯେ ଚମକôାର କାରିଗରୀ, ଡିଜାଇନ୍, ସ୍ପନ୍ଦନ, ଆରାମଦାୟୀ, ସହନଶୀଳତା କାରଣରୁ ସମ୍ବଲପୁରୀ ଇକତସ୍ ପରିଧାନ ଜଗତରେ ନିଜର ସ୍ଥିତି ଏବଂ ଅନନ୍ୟତା ବଜାୟ ରଖି ପାରିଛି । ଇକତସ୍ ବୁଣାକାରଙ୍କୁ ସହାୟତା ତଥା ପ୍ରୋସôାହିତ କରିବା ପାଇଁ ସରକାର ମଧ୍ୟ ଅନେକଗୁଡିଏ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି ।