ବାରହା ଫାଶରେ କଲରାପତରିଆ ବାଘ
ାା ପ୍ରଭାନୁ୍ୟଜ୍ ।ା ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଦଦରାଘାଟି ସେକ୍ସନ ଅସନବାହାଳି ଠାରେ ବାରହା ଶିକାର ଉଦେଶ୍ୟରେ ବିଛା ଯାଇଥିବା ଏକ ଫାଶରେ ପଡିଛି ବାଘ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବନ ବିଭାଗ ଟ୍ରାଙ୍କୁଲାଇଜ କରାଯିବା ପରେ ବାଘକୁ ଉଧାର କରାଯାଇଥିବା ବନବିଭାଗ ସୂତ୍ରରୁ ପ୍ରକାଶ । ସୂଚନା ଅନୁସାରେ ବାରହା ଶିକାର ପାଇଁ ବିଛାଯାଇଥିବା ଫାଶରେ ବାଘଟି ପଡିଯାଇଥିଲା । ଟ୍ରାଙ୍କୁଲାଇଜ ପରେ ତିନୋଟି ଫାସକୁ କାଟି ବାଘକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ସୂଚନା ଅନୁଯାଇ ବାଘଟି ବାରହା ଫାଶରେ ପଡିଥିବା ସ୍ଥାନୀୟ ଲୋକ ଦେଖି ବନବିଭାଗକୁ ଜଣାଇଥିଲେ । ପରେ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ବାଘକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲା ବେଳେ ବାଘ ଟିକୁ ଧରିବା ପାଇଁ ବନବିଭାଗ ତରଫରୁ ବ୍ୟାପକ ବନ୍ଦବୋସ୍ତ କରାଯାଇଥିଲା । ଭୁବନେଶ୍ୱର, କେଉଁଝର, ଢେଙ୍କାନାଳ, ଅନଗୁଳ ଓ କପିଳାସ ରେସକୁ୍ୟ ଟିମ ପହଞ୍ଚିବା ସହ ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଢେଙ୍କାନାଳ ବନଖଣ୍ଡ ଅଧୀନରେ ଥିବା ବିଭିନ୍ନ ବନାଞ୍ଚଳରୁ ପ୍ରାୟ ୫୦ ରୁ ଉଦ୍ଧ୍ୱର୍ ବନ କର୍ମଚାରୀ ଓ ପୁଲିସ ଘଟଣା ସ୍ଥଳରେ ବାଘଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାପରେ ତାକୁ ନନ୍ଦନକାନନକୁ ସ୍ଥାନାନ୍ତର କରାଯିବା ନେଇ ଢେଙ୍କାନାଳ ଡିଏଫଓ ସୁମିତ କର ସୂଚନା ଦେଇଛନ୍ତି । ତେବେ ବାରମ୍ବାର ଶିକାରି ବାରାହା ଶିକାର ପାଇଁ ଫାସ ବସାଯାଉଥିବା ବେଳେ ଏହା ଚିନ୍ତାର ବିଷୟ ପାଲଟିଛି ।