ବିଜେଡି ଧ୍ୱଂସ ହୋଇଯିବ: ପ୍ରଫୁଲ୍ଲ ମାଝୀ

ବିଜେଡି ଧ୍ୱଂସ ହୋଇଯିବ: ପ୍ରଫୁଲ୍ଲ ମାଝୀ

ଭୁବନେଶ୍ୱର: କଂଗ୍ରେସକୁ ଫେରିବା ନେଇ ପରୋକ୍ଷରେ ଇସାରା ଦେଇଛନ୍ତି ଡା. ପ୍ରଫୁଲ୍ଲ ମାଝୀ । ସେ କହିଛନ୍ତି ଯେ ଅନେକ ପ୍ରତିଶ୍ରୁତି ଦେଇ ବିଜୁ ଜନତା ଦଳ ମୋତେ ଦଳରେ ସାମିଲ କଲା । ହେଲେ କୌଣସି ପ୍ରତିଶ୍ରୁତି ବିଜେଡି ରଖିଲା ନାହିଁ । ଲୋକଙ୍କ କାମ ପାଇଁ କଂଗ୍ରେସ ଛାଡ଼ି ବିଜେଡି ଆସିଥିଲି । ମାତ୍ର ତାହା ଯଦି ହୋଇନପାରିଲା ତେବେ ଏହି ଦଳରେ କାହିଁକି ରହିବା । ବିଜେଡିକୁ ନେତା ନଚଳାଇ ଆଉ ଜଣେ ଚଳାଇଲେ ଧ୍ୱଂସ ହୋଇଯିବ । ଏହି ଦଳର ଭବିଷ୍ୟତ ବୋଲି କିଛି ନାହିଁ, ଫୋନ କଲେ ଉଠାନ୍ତି ନାହିଁ । ଭକ୍ତ ଦାସଙ୍କ ପାଖରେ ଦକ୍ଷତା ଅଛି, ସେ ଦଳକୁ ପୁର୍ନଜୀବିତ କରିପାରିବେ । ଘରକୁ ଫେରିବି କି ନଫେରିବ ଏବେଠୁ କହିପାରିବି ନାହିଁ ବୋଲି ଡା. ପ୍ରଫୁଲ୍ଲ ମାଝୀ କହିଛନ୍ତି । 

ପ୍ରକାଶ ଯେ  ଗତକାଲି ନୂଆ ପିସିସି ସଭାପତି ଭକ୍ତଚରଣ ଦାସ କଂଗ୍ରେସରୁ ସମସ୍ତ ନିଲମ୍ବନ ଓ ବହିଷ୍କାର ଆଦେଶ ପ୍ରତ୍ୟାହୃତ କରଛନ୍ତି । ପିସିସି ସଭାପତିଙ୍କ ସର୍ବକ୍ଷମା ଆହ୍ୱାନ ପରେ କଂଗ୍ରେସ ରାଜନୀତି ଏବେ ଚଳଚଞ୍ଚଳ ହୋଇପଡ଼ିଛି । ଏପରିକି କଂଗ୍ରେସ ଛାଡ଼ିଥିବା କିଛି ନେତା ଦଳକୁ ଫେରିବା ନେଇ ମଧ୍ୟ ଇସାରା ଦେଇଥିବା କୁହାଯାଉଛି । କଂଗ୍ରେସ ଛାଡ଼ିଥିବା ଭୂପିନ୍ଦର ସିଂ ମଧ୍ୟ ଏପରିକି କିଛି ଇସାରା ଦେଇଛନ୍ତି । ଆପଣ କଂଗ୍ରେସକୁ ଫେରିବେ କି ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂ କହିଛନ୍ତି ଯେ ସମୟକୁ ଅପେକ୍ଷା କର । ସବୁ ଦଳ ସଂଗଠନକୁ ମଜଭୁତ କରିବାକୁ ଚେଷ୍ଟା କରିବା ସ୍ୱାଭାବିକ ବୋଲି ଶ୍ରୀ ସିଂ କହିଛନ୍ତି । ସୁରେନ୍ଦ୍ର ଭୋଇ ମଧ୍ୟ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଦଳର ଖରାପ ସମୟରେ ଛାଡ଼ିଯିବା ଠିକ ହେବନି ।