ପୁଣି ଜାମିନ ଆବେଦନ କଲେ କେଜ୍ରିଓ୍ୱାଲ, ଜୁନ୍‌ ୨ ରେ କୋର୍ଟରେ ଆତ୍ମସମର୍ପଣ

ପୁଣି ଜାମିନ ଆବେଦନ କଲେ କେଜ୍ରିଓ୍ୱାଲ, ଜୁନ୍‌ ୨ ରେ  କୋର୍ଟରେ ଆତ୍ମସମର୍ପଣ

ଆଉ ମାତ୍ର ତିନି ଦିନ ପରେ ଜେଲ୍‌କୁ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଜୁନ୍‌ ୨ ତାରିଖରେ ସେ କୋର୍ଟରେ ଆତ୍ମସମର୍ପଣ କରିବେ। ତେବେ ସରେଣ୍ଡର କରିବା ଡେଡ୍‌ଲାଇନ୍‌କୁ ଆଉ ମାତ୍ର ତିନି ଦିନ ବାକି ଥିବା ବେଳେ ପୁଣି ଥରେ ସେ ଜାମିନ ଆବେଦନ କରିଛନ୍ତି। ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି।

କେଜ୍ରିଓ୍ୱାଲ ନିଜ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଆବେଦନ କରିଛନ୍ତି। ଦିନକୁ ଦିନ ଓଜନ ହ୍ରାସ ପାଉଥିବା ଯୋଗୁ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ବେଶ୍‌ ଖରାପ ରହିଛି। ମେଡିକାଲ ଚେକ୍‌ଅପ୍‌ କରିବା ଲାଗି ତାଙ୍କୁ ସମୟ ଦରକାର ବୋଲି ସେ ନିଜ ଆବେଦନରେ ଦର୍ଶାଇଛନ୍ତି। ଆଜି ଏହି ଆବେଦନର ଶୁଣାଣି ହେବ। 

ଏହା ପୂର୍ବରୁ ମଙ୍ଗଳବାର ସୁପ୍ରିମକୋର୍ଟ କେଜ୍ରିଓ୍ୱାଲଙ୍କ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ଆବେଦନକୁ ଖାରଜ କରିଦେଇଥିଲେ। କେଜ୍ରିଓ୍ୱାଲ କରିଥିବା ୭ ଦିନ ପାଇଁ ଜାମିନ ଅବଧି ବୃଦ୍ଧି ଆବେଦନର ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ମନା କରିଦେଇଥିଲେ। ସୁପ୍ରିମକୋର୍ଟ ରେଜିଷ୍ଟାର୍‌ ଏହାକୁ ଗ୍ରହଣ କରିନଥିଲେ।

ଖଣ୍ଡପୀଠ କହିଥିଲେ, କେଜ୍ରିୱାଲଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି ହୋଇସାରିଛି। ଅନ୍ୟ ଏକ ବେଞ୍ଚ ନିକଟରେ ସଂରକ୍ଷିତ ରହିଛି। ଏହାଛଡା ଶୁଣାଣି ପାଇଁ ଏହି ଆବେଦନକୁ ସୁପ୍ରିମକୋର୍ଟ୍ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୁଡଙ୍କ ନିକଟକୁ ପଠାଇ ଦିଆଯାଇଛି।