ଜେଲରୁ ବାହାରିଲେ ଅରବିନ୍ଦ କେଜରିୱାଲ

ଜେଲରୁ ବାହାରିଲେ ଅରବିନ୍ଦ କେଜରିୱାଲ

ନୂଆଦିଲ୍ଲୀ: ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଶୁକ୍ରବାର  ସୁପ୍ରିମକୋର୍ଟ କେଜରିୱାଲଙ୍କୁ ଜାମିନ ଦେଇଥିଲେ। ଜାମିନ ପରେ ତିହାର ଜେଲରୁ ବାହାରିଛନ୍ତି କେଜରିୱାଲ । ଜେଲ ବାହାରେ କେଜରିୱାଲଙ୍କୁ ସ୍ଵାଗତ କରିବାକୁ ଶହ ଶହ ସମର୍ଥକଙ୍କ ଭିଡ଼ ଜମିିଥିଲା। ବାଜା, ବାଣ ନାଚଗୀତରେ କମ୍ପିଥିଲା ପରିସର । ପ୍ରାୟ ୬ ମାସ ପରେ ବାହାରିଲେ କେଜରିୱାଲ ।ଦିଲ୍ଲୀ ମଦ ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ  ଗିରଫ କରିଥିଲା ସିବିଆଇ । ପୂର୍ବରୁ ଇଡି ମାମଲାରେ ମିଳିଥିଲା ଜାମିନ । ୨୧ ମାର୍ଚ୍ଚରେ ଗିରଫ ହୋଇଥିଲେ କେଜରିୱାଲ ।